News
WhatsApp Image 2023-10-04 at 17.25.00
samparksetu

ଦି ଷ୍ଟୁଡେଣ୍ଟ ୟୁନିୟନ ପ୍ରତିଯୋଗିତାରେ ୨ ଶହ ବିଦ୍ୟାର୍ଥୀ

ଭୁବନ ବିଂଜ୍ଞାପିତ ଅଂଚଳ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଶ୍ରୀଅରବିନ୍ଦ ପୂର୍ଣ୍ଣି।ଙ୍ଗ ଶିକ୍ଷାକେନ୍ଦ୍ରରେ ଦି ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ଉତ୍ସାହୀ ଏବଂ ଆଗ୍ରହୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗଠିତ ବିଦ୍ୟାର୍ଥୀ ସଂସ୍ଥା ‘ ଦି ଷ୍ଟୁଡେଣ୍ଟ ୟୁନିୟନ ‘ ତରଫରୁ ବିଭିନ୍ନ ବିଷୟ ରେ ପ୍ରତିଯୋଗିତା କରାଯାଇଥିଲା । କାର୍ଯ୍ୟକ୍ରମରେ ୟୁନିୟନର ଅଧ୍ୟକ୍ଷା ଭବାନୀ ପାତ୍ର, ଉପାଧ୍ୟକ୍ଷ ପତିତ ପାବନ ସାହୁ , କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ ପୋଥାଳ, ସମ୍ପାଦକ ବିଜୟ ପୋଥାଳ ଉପସ୍ଥିତ ଥିଲେ।

ପ୍ରତିଯୋଗିତାର ମୂଖ୍ୟ ସଂଚାଳକ ସୋମନାଥ ବଳିୟାର ସିଂ, ସହ ସଂଚାଳକ ଯଶୋବନ୍ତ ସାହୁ, ଜ୍ୟୋତିଷୁ ସାହୁ କାର୍ଯ୍ୟକ୍ରମଟିକୁ ଶୃଙ୍ଖଳାର ସହ ସମ୍ପାଦନ କରିଥିଲେ। ୟୁନିୟନର ମାର୍ଗଦର୍ଶକ ପ୍ରମିତାପ ଶତପଥୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା, ଶୃଙ୍ଖଳା ଉତ୍ସାହକୁ ଭୂୟସୀ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମର ସଫଳତା ନିମନ୍ତେ ପାର୍ଥ ସାରଥି ମହନ୍ତ , ନବୀନ ଅଗ୍ରୱାଲ, ରଶ୍ମିତା ପୋଥାଳ, ସରିତା ଖୁଣ୍ଟିଆ , ଶ୍ରୀଲିପ୍ତା ସାହୁ ,କ୍ରୀଷ୍ଣା ମହାନ୍ତି, ନିହାର ରଂଜନ ପଣ୍ଡା, ସତ୍ୟବ୍ରତ ମିଶ୍ର , ଆଶୁତୋଷ ପୁରୋହିତ, ରୂପକ ରାଉତ,ଦୀପକ କୁମାର ଦାସ ଓ ହାରୁରାମ ଚୌଧୁରୀଙ୍କୁ ୟୁନିୟନ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ। ନଭେମ୍ବର ୧୩ ତାରିଖରେ କାର୍ଯ୍ୟକ୍ରମର କୃତୀ ବିଦ୍ୟାର୍ଥୀ ମାନଙ୍କ ସମ୍ବର୍ଦ୍ଧନା ନିମନ୍ତେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅଧକ୍ଷା ଭବାନୀ ପାତ୍ର ଜଣାଇଛନ୍ତି ।

new life
You might also like
error: Content is protected !!