News
WhatsApp Image 2023-10-04 at 17.25.00
samparksetu

ମେରୁଦଣ୍ଡ ଭାଙ୍ଗି ଶଯ୍ୟାଶାୟୀ ପ୍ରତିମା !

କୂଅରେ ପଡ଼ି ମେରୁଦଣ୍ଡ ଭାଙ୍ଗି ଯୁବତୀ ଶଯ୍ୟାଶାୟୀ ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ଅନ୍ତର୍ଗତ ପଥରକଟା ଗ୍ରାମରେ ।

ଗ୍ରାମର ଭରତ ଦେହୁରୀଙ୍କ ବଡ଼ ଝିଅ ପ୍ରତିମା ଦେହୁରୀ (୩୨) ।ଆଜକୁ ଷୋହଳ ବର୍ଷ ତଳେ ନିଜ ଗ୍ରାମରେ ଏକ କୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ଗୋଡ ତଳକୁ ଖସି ଯିବାରୁ ପଥର ସହିତ ପ୍ରତିମା କୂଅ ଭିତରକୁ ପଡିଯାଇ ଥିଲେ , ଫଳରେ ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ପ୍ରତିମାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ଼ ମେଡିକାଲକୁ ନିଆ ଯାଇଥିଲା, ସେଠାରେ ଚିକତ୍ସା କରାଯାଇଥିଲା କିନ୍ତୁ ମେରୁଦଣ୍ଡଟି ଭାଙ୍ଗି ଯାଇଥିବାରୁ ଅସ୍ତ୍ରୋପଚାର କରାଯାଇ କିଛି ଲୁହା ରଡ଼ ଲଗା ଯାଇଥିଲା । ବର୍ତ୍ତମାନ ସେ ଶଯ୍ୟାଶାୟୀ ,ତାଙ୍କର ଛାତି ଠାରୁ ଗୋଡ ପର୍ଯ୍ୟନ୍ତ ଗୋଟିଏ ବି ଅଙ୍ଗ ଚଳ ପ୍ରଚଳ ନ କରିବାରୁ ସବୁ ଅଙ୍ଗ ଅକାମି ହୁଇ ଶଯ୍ୟାଶାୟୀ ହୋଇ ପଡି ରହିଛନ୍ତି ପ୍ରତିମା । ବଡ଼ ଭଉଣୀଙ୍କ ଦୁଃଖ ସହି ନପାରି ନିଜର ଘର କାମ କରିବା ସହିତ ପ୍ରତେକ ସମୟରେ ଦେଖା ଶୁଣା କରନ୍ତି ସାନ ଭଉଣୀ ମିତା ଦେହୁରୀ । ଅର୍ଥର ଅଭାବ ଥିବାରୁ ବାପା ଭରତ ଦେହୁରୀ ଓ ତାଙ୍କ ମାଆ ପରିବାର ପ୍ରତିପୋଷଣ ପାଇଁ ବାହାରକୁ ଚାଲି ଯାନ୍ତି ଦାଦନ ଖଟିବା ପାଇଁ । ବାପା ମାଆ ବାହାରକୁ ଗଲେ ସବୁ ଦାୟିତ୍ୱ ଲାଗି ରୁହେ ସାନ ଭଉଣୀ ମିତାଙ୍କ ଉପରେ ।

ବର୍ତ୍ତମାନ ଚିକିତ୍ସା ପାଇଁ ସରକାରୀ ସହାୟତା କହିଲେ କିଛି ନାହିଁ । ନିଜ ନାମରେ ଆସୁଥିବା ବିପିଏଲ ଚାଉଳକୁ ମଧ୍ୟ କାଟି ଦିଆ ଗଲା , କାରଣ ପ୍ରତିମାଙ୍କ ପାଖରେ ନା ଅଛି ଭୋଟର କାର୍ଡ ନା ଅଛି ଆଧାର କାର୍ଡ । ପ୍ରତିମାଙ୍କୁ ନେଇ ତାଙ୍କ ବାପା ଅନେକ ଥର ଆଧାର କାର୍ଡ ବନାଇବା ପାଇଁ ନେଇଛନ୍ତି ,କିନ୍ତୁ ତାଙ୍କର ଫିଙ୍ଗର ନ ଆସିବାରୁ ନିଜର ପରିଚୟ ପତ୍ର ନିରୁପାୟ ହୋଇ ଘରେ ବସିଛନ୍ତି ।

ଏବେ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ପ୍ରତିମାଙ୍କ ପାଇଁ କେବେ ମିଳିବ ପରିଚୟ ପତ୍ର, କେବେ ମିଳିବ ସରକାରୀ ସହାୟତା । ପ୍ରତିମା ନିଜର ପରିଚୟ ପତ୍ର ନଥାଇ ହରାଇ ବସିଛନ୍ତି ସରକାରୀ ସହାୟତା । ପ୍ରତିମାଙ୍କ ପରିବାର ଲୋକେ ପରିଚୟ ପତ୍ର ପାଇଁ ପ୍ରୟାସ କରିବେ କି ନିଜ ଝିଅ ମେରୁଦଣ୍ଡରେ ଲାଗି ଥିବା ଲୁହା ରଡ଼ କୁ ଅସ୍ତ୍ରୋ ପଚାର କରି କାଢ଼ିବେ ସେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

new life
You might also like
error: Content is protected !!