News
WhatsApp Image 2023-10-04 at 17.25.00
samparksetu

ସବୁଜ ଦିପାବଳୀ ପାଳିବା , ବାଣ ନୁହେଁ ସବୁଜିମା ଫୁଟାଇବା

କୁନି ହାତରେ ସବୁଜ ବମ୍ । ତିଆରି ଚାଲିଛି ପୋଷ୍ଟର ,ନାରା ଅଛି ସବୁଜ ଦିପାବଳୀ ପାଳିବା , ବାଣ ନୁହେଁ ସବୁଜିମା ଫୁଟାଇବା । ସେପଟେ କୁନି କୁନି ଛାତ୍ରୀ ମାନେ ତୁଳୀରେ ଆଙ୍କୁଛନ୍ତି ରଙ୍ଗୀନ ଦୀପ । ବାଣ ଫୁଟିବ ହେଲେ ହେବନି ପ୍ରଦ୍ୟୁଷଣ ଫୁଟିବ ସବୁଜିମା ।

କିଛି ଏଭଳି ନିଆରା ଢଙ୍ଗରେ ଦୀପାବଳି ପାଳିବା ନେଇ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କର୍ମଶାଳା ର ଆୟୋଜନ କରିଛନ୍ତି ଜାତିସଂଘ ପୁରସ୍କାର ପ୍ରାପ୍ତ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ ।

କୁନି କୁନି ଛାତ୍ରଛାତ୍ରୀ ମାନେ ମଧ୍ୟ ଖୁବ ଆନନ୍ଦ ର ସହ ଏହି କର୍ମଶାଳା ରେ ଯୋଗ ଦେଇଛନ୍ତି । ଏଭଳି କର୍ମଶାଳା ଛାତ୍ରଛାତ୍ରୀ ଙ୍କ ମହଲରେ ସବୁଜିମା ନେଇ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବ ତେଣୁ ପ୍ରତ୍ୟେକ ବର୍ଷ ଦୀପାବଳି ପୂର୍ବରୁ ଏଭଳି କର୍ମଶାଳା ଆୟୋଜନ କରିଥାନ୍ତି ଶୁଭ୍ରାଂଶୁ ।

new life
You might also like
error: Content is protected !!