News
WhatsApp Image 2023-10-04 at 17.25.00
samparksetu

ମହାପର୍ବ ଦୀପାବଳି

ପାଞ୍ଚଟି ପର୍ବର   ଶୁଭ ସମାହାର
     ମହାପର୍ବ  ଦୀପାବଳି
ଧନ ତ୍ରୟୋଦଶୀ     କାଳୀ ଚତୁର୍ଦ୍ଦଶୀ
     ଦୀପାବଳି ତହିଁ ମିଳି ।

ବଳି ପ୍ରତିପଦା   ଗୋବର୍ଦ୍ଧନ ପୂଜା
     ଯମ ଦ୍ଵିତୀୟା ସଙ୍ଗତେ
ଶୁଭ ବରଷଇ   ମହା ପର୍ବ ଏଇ
     ପୁଲକ ଜଗାଏ ଚିତ୍ତେ ।

ଗୃହ ପରିଷ୍କାର  ଯାଉ କୁବିଚାର
     ଫୁଟୁ ଅଭିମାନ ବାଣ
ନବୀନ ଚେତନା  ନବ ବସ୍ତ୍ର ସିନା
      ମିଷ୍ଟାନ୍ନ ମିଠା ବଚନ ।

ପ୍ରକୃତି ପୂଜନ  ବିଘ୍ନ ବିନାଶନ
     ଶୁଭକାମନା ର ଭାବ
ମନ ମନ୍ଦିରରେ  ଜୀବନ ତୀର୍ଥରେ
      ଆସୁ ଦିବ୍ୟ ଅନୁଭବ ।

ପାଇ ସ୍ୱାସ୍ଥ୍ୟ ଧନ  ବଳ ବୁଦ୍ଧି ଜ୍ଞାନ
      ହେଉ ଜଗତ କଲ୍ୟାଣ
ଆସୁ ଶୁଭ ଦିନ  ଭରୁ ହୃଦେ ପ୍ରେମ
       ପ୍ରଭୁଙ୍କ ଆଶୀଷ ଦାନ ।

ପ୍ରକାଶର ପର୍ବ  ଜ୍ଞାନାଲୋକେ ସର୍ବ
      ଦୂର ଅଜ୍ଞାନ ଅନ୍ଧାର
ଲକ୍ଷ୍ମୀ ଆବାହନେ   ଆସୁ ଏ ଜୀବନେ
    ସମୃଦ୍ଧି ସୁଖସମ୍ଭାର ।

ଏ ନବ ଶସ୍ୟେଷ୍ଟି   ବ୍ୟଷ୍ଟି ରୁ ସମଷ୍ଟି
      ଆସୁ ନବ ଜାଗରଣ
ଶୁଭ ଦୀପାବଳି   ଭରୁ ସୁଖ ଶିରୀ
       ପ୍ରଭୁ ପଦେ ସମର୍ପଣ ।

          ✍️ବସନ୍ତ କୁମାର ବରାଳ
              

new life
You might also like
error: Content is protected !!