News
WhatsApp Image 2023-10-04 at 17.25.00
samparksetu

ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲୁଟ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ସ୍ଥିତ ସୁଶାନ୍ତ କୁମାର ସାହୁ ଙ୍କ ବାସଭବନ ରୁ ବିଳମ୍ବିତ ରାତିରେ ଚୋରି, ୪ ଭରି ସୁନା ଗହଣା ସହ ନଗଦ ୨୦ହଜାର ଟଙ୍କା ଲୋଟିନେଲେ ଦୁର୍ବୃତ୍ତ ।

ଥାନାରେ ଅଭିଯୋଗ ପରେ ପୋଲିସ ର ତଦନ୍ତ ଜାରି ରଖିଛି ।ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ସୁଶାନ୍ତ ତାଙ୍କ ପରିବାରକୁ ନେଇ କଙ୍କଡାହାଡ ଥାନା ଅନ୍ତର୍ଗତ ତରାଜଙ୍ଗ ସ୍ଥିତ ତାଙ୍କ ପୁରୁଣା ଘରକୁ ଯାଇଥିଲେ ।

ତେବେ କେହି ଦୁର୍ବୃତ୍ତ ତାଙ୍କ ଅନୁପସ୍ଥିର ସଯୋଗ ନେଇ, ଘରର ତାଲା ଭାଙ୍ଗି, ଘରେ ଥିବା ୪ ଭରି ସୁନା ସହ ନଗଦ ୨୦ହଜାର ଟଙ୍କା ଲୋଟି ନେଇଥିଲେ । ତେବେ ଆଜି ସକାଳେ ସେ ବାସଭବନ କୁ ଫେରିଥିବା ବେଳେ, ଘରର ମୁଖ୍ୟ କବାଟ ତାଲା ଭାଙ୍ଗି କେହି ଦୁର୍ବୃତ୍ତ ଲୁଟ କରିଥିବା ଜାଣିବା ପରେ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରିରଖିଛି ।

new life
You might also like
error: Content is protected !!