News
WhatsApp Image 2023-10-04 at 17.25.00
samparksetu

ଋତୁଚକ୍ରର ଚତୁର୍ଥ ସ୍ତବକ

ଋତୁ ଚକ୍ରର ଚତୁର୍ଥ ସ୍ତବକ
ହେମନ୍ତ ଆସିଛି ଧୀରେ
ବଜାଇ ଝାଞ୍ଜ ବଜାଇ ମୃଦଙ୍ଗ
ହରି ନାମ କୀର୍ତ୍ତନରେ ll

ଆଦ୍ୟ କାର୍ତ୍ତିକରେ ଧର୍ମ ଏ ମାସରେ
ଉଛୁଳି ଉଠୁଛି ଧରା
ଭରା ସବୁଜିମା ଲହଡ଼ି ଭାଙ୍ଗୁଛି
ହସେ ଧାନ୍ୟ କ୍ଷେତ ପରା ll

ଘାସ ପତରରେ କାକର ବିନ୍ଦୁରେ
ମୁକୁତାର ସମ ଶୋହେ
ନରମ ଖରାର ଆସ୍ତରଣ ସଙ୍ଗେ
ଫୁଲେ ଫୁଲେ ରଙ୍ଗ ମୋହେ ll

ମହାକାଳୀଙ୍କର ଆଗମନ ସାଥେ
ଆଲୋକର ପର୍ବ ଆସେ
ଜ୍ଞାନର ଆଲୋକ ବିଛୁରିତ କରି
ଅଜ୍ଞାନ ତମସା ନାଶେ ll

କୃଷ୍ଣ ପକ୍ଷ ଅନ୍ତେ ଶୁକ୍ଳ ପକ୍ଷ ଆସେ
ମହା ପଞ୍ଚକର ପଥେ
ଭଜନ ଜଣାଣ କାର୍ତ୍ତିକ ପୁରାଣ
ପୁଣ୍ୟ ପ୍ରଭାତର ସାଥେ ll

ଅତୀତର ସ୍ମୃତି ନୌ ବାଣିଜ୍ୟର
ଅଭୁଲା ସନ୍ତକ କହେ
ପୂର୍ଣ୍ଣିମା ପ୍ରଭାତେ ନଦୀ ସରୋବରେ
ବୋଇତ ବନ୍ଦାଣ ହୁଏ ll

ବାରବାଟୀ ପ୍ରାନ୍ତେ ବାଲିଯାତ୍ରା ସ୍ଥଳ
ଉତ୍ସବ ମୁଖର କରି
କେତେଯେ ଦର୍ଶକ କେତେ ବ୍ୟବସାୟୀ
ମେଳାରେ ଉଠନ୍ତି ପୂରି ll

କ୍ରମାନ୍ୱୟେ ପୁଣି ଆସେ ମଗୁଶିର
ସୁନେଲି ସୁଷମା ଧରି
ପକ୍ୱ ଧାନ ସାଥେ ଶୋରିଷ କିଆରୀ
ହସୁଥାଏ କିରି କିରି ll

ଭରା ଗେଣ୍ଡୁଫୁଲ ବାଡ଼ି ବଗିଚାରେ
ହଳଦିର ରଙ୍ଗ ମାଖି
ମାଣବସା ହୁଏ ପ୍ରତି ଗୁରୁବାର
ମହାଲକ୍ଷ୍ମୀ ଯା’ର ସାକ୍ଷୀ ll

ଏମିତି ଏମିତି କେତେ ପରବରେ
ହେମନ୍ତର ବକ୍ଷ ଭରି
ଧୀର ପଦ ପାତେ ଆସିଯାଏ ଶୀତ
ଉତ୍ତରା ପବନ ଧରି ll

ଅନିତ୍ୟ ସଂସାରେ ନିତ୍ୟ ନୈମିତିକ
ଦିନ ରାତି ହେଉଥିବ
ଋତୁ ପରେ ଋତୁ ଆସି ଯାଉଥିବ
ଏତ ବିଧି ନିର୍ଦ୍ଦେଶିତ ll

✍️ଗୀତାଞ୍ଜଳି ପୃଷ୍ଟି,ପ୍ରଧାନ ଶିକ୍ଷୟିତ୍ରୀ

new life
You might also like
error: Content is protected !!