News
WhatsApp Image 2023-10-04 at 17.25.00
samparksetu

ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଂଚଳରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଜେ ଅନୁଗୁଳ ଜିଲ୍ଲାର ଜରାସିଂ କଇଁଆପାଳ ଗ୍ରାମର ସ୍ବର୍ଗତ ବିଶ୍ୱଜିତ ବେହେରାଙ୍କ ପୁଅ ରୁଦ୍ର ବେହେରା (୨୩) ଏବଂ ସେହି ଗ୍ରାମର କାଳିଆ ମହାରଣା ଏକ ବାଇକ ଯୋଗେ ଅକ୍ଟୋବର ୨୪ ତାରିଖ ସନ୍ଧ୍ୟାରେ ଅନୁଗୁଳ ବଜାର ଯାଇଥିଲେ ବାଣ କିଣିବାକୁ, କାମ ସରିଲା ପରେ କାଳିଆ ରୁଦ୍ରଙ୍କୁ ହିନ୍ଦୋଳ ଥାନା ଅଂଚଳର କୁରୁମିଠା ଗ୍ରାମ ଆଡେ ଯିବାକୁ ପ୍ରବାର୍ତ୍ତାଇଥିଲେ ।

ରୁଦ୍ର ପ୍ରଥମେ ଅମଙ୍ଗ ହେଉଥିଲେ ମଧ୍ୟ ଦୁଇଜଣ ଯାକ କୁରୁମିଠା ନିକଟ ନୂଆକୁରୁମିଠା ଆଡକୁ ରାତି ୧୦ଟା ବେଳେ ଆସିଥିଲେ!କାଳିଆ ମହାରଣା ଙ୍କ ବୟାନ ଅନୁଯାଇ ସେଠିକାର ସ୍ଥାନୀୟ ଗ୍ରାମବାସୀ ମାନେ ସେମାନଙ୍କୁ ଚୋର ଭାବି ଆକ୍ରମଣ କରିବା ସହ ପଥର ମାରିଥିଲେ ଏବଂ ପଥରରେ ଛେଚି ଦେବାରୁ ଘଟଣା ସ୍ଥଳରେ ରୁଦ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ କାଳିଆ ପଳାୟନ କରିଥିଲେ!ମାତ୍ର ଏ ସମ୍ପର୍କରେ ଭିର୍ନ୍ନ କଥା ଶୁଣିବାକୁ ମିଳେ କି, କାଳିଆ ମହାରଣା ବନ୍ତଳା ମାଧପୁର ଅଞ୍ଚଳର ଜଣେ ଝିଅକୁ ଭଲ ପାଉଥିଲେ ଏବଂ ଝିଅ ମାମୁଁ ଘର ନୂଆକୁରୁମିଠା ରେ ରହୁଥିବାରୁ କାଳିଆ ତାଙ୍କୁ ରାତିରେ ଦେଖା କରିବାକୁ ଆସିଥିଲେ ଏବଂ ଆଗରୁ ମଧ୍ୟ ଆସନ୍ତି ଏଣୁ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ସେଠିକାର ଗ୍ରାମବାସୀ ଦୁଇଜଣଙ୍କୁ ଅଟକାଇ ମାଡ଼ ମରିବା ସହ ରୁଦ୍ରଙ୍କୁ କୌଣସି ରଡ଼ ଭଳି ବସ୍ତୁ କିମ୍ବା ପଥରରେ ଛେଚି ହତ୍ୟା କରିଛନ୍ତି।

ରୁଦ୍ର ଙ୍କର ମୁଣ୍ଡ ପଛ ପାଖ ଆଘାତ ଲାଗିବା ସହ ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଛି ଓ କାଳିଆ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ହିନ୍ଦୋଳ ପୋଲିସ ମଧ୍ୟ ଏହି ଘଟଣାରେ ସତ୍ୟାସତ୍ୟ ଅଛି ବୋଲି କହିଥିବାବେଳେ ବର୍ତମାନ ସୁଦ୍ଧା ଶବ ହିନ୍ଦୋଳ ଡାକ୍ତରଖାନାରେ ପଡି ରହିଥିବାର ଦେଖିବାକୁ ମିଳିଛି ।ତେବେ ରୁଦ୍ରଙ୍କର ପରିବାର ଲୋକ ହିନ୍ଦୋଳ ଆସିବା ସହ ଫେରାର କାଳିଆ କୁ ଆଣିବା ପରେ ରୁଦ୍ର ବେହେରା ଙ୍କୁ କୁରୁମିଠା ଗ୍ରାମବାସୀ ହତ୍ୟା କରିଛନ୍ତି ବୋଲି ବୟାନ ଦେଇଛନ୍ତି ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରା ଘଟଣା ର ତଦନ୍ତ କରୁଥିବା ଜଣାପଡିଛି ।

new life
You might also like
error: Content is protected !!