News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଓ ଅନୁଗୋଳରେ ଅନୁଷ୍ଠିତ ହେବ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’

ସର୍ବଭାରତୀୟ ଫୁଟବଲ ସଂଘ ସହଯୋଗରେ ଆମେ ଓଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଛି ।     ନଭେମ୍ବର ୩ ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ ।

ଏହି ପ୍ରତିଯୋଗିତାରେ ୮ଟି ରାଜ୍ୟରୁ ୮ଟି ଫୁଟବଲ ଟିମ୍ ଅଂଶଗ୍ରହଣ କରିବେ ,ନଭେମ୍ବର ୩ରେ ଢେଙ୍କାନାଳ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ସହ ଦୁଇଟି ମ୍ୟାଚ ଖେଳାଯିବ । ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦେଶର ତାରକା ଖେଳାଳି, କଳାକାର ଓ ଅନ୍ୟାନ୍ୟ ବ୍ୟକ୍ତିତ୍ୱମାନେ ।

ଏହା ଢେଙ୍କାନାଳରେ ଫୁଟବଲ ପ୍ରେମୀ ଓ କ୍ରୀଡାରେ ରୁଚି ରଖିଥିବା ଯୁବଶକ୍ତିଙ୍କୁ ପ୍ରେରଣା ଯୋଗାଇବ । ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଢେଙ୍କାନାଳ ଜିଲ୍ଲାକୁ ସମଗ୍ର ଭାରତବର୍ଷରେ ଆହୁରି ଅଗ୍ରଣୀ କରିବା ପାଇଁ ଏକ ପ୍ରଚେଷ୍ଟା । ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ଆସନ୍ତା ନଭେମ୍ବର ୩ ରୁ ନଭେମ୍ବର ୮ ପର୍ଯ୍ୟନ୍ତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଛି ।

ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ବେଳେ ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ସମ୍ମାନାର୍ଥେ ସଂଗଠନ ପକ୍ଷରୁ ଏହି ଉଦ୍ୟମ କରାଯାଇଛି । ଜିଲ୍ଲା ଆଥଲେଟିକ ଆସୋସିସନ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟକୁ ସୁଚାରୁରୂପେ ଆୟୋଜନ କରିବା ପାଇଁ ଆମେ ଓଡ଼ିଆ ପକ୍ଷରୁ ପ୍ରୟାସ କରାଯାଉଛି ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଫୁଟବଲ ଟିମର ପୂର୍ବତନ ଅଧିନାୟକ ପ୍ରଭାତ ନାୟକ, ସୁନାମଧନ୍ୟ ଫୁଟବଲ ଖେଳାଳି ମାନସ ସାମଲ, କାର୍ଯ୍ୟକ୍ରମର ଉପଦେଷ୍ଟା ବିଶ୍ୱଜିତ୍ ପଟ୍ଟନାୟକ ଓ ଜିଲ୍ଲା ଆଥଲେଟିକ ଆସୋସିସନର ସମ୍ପାଦକ ନଳିନୀ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

new life
You might also like
error: Content is protected !!