News
WhatsApp Image 2023-10-04 at 17.25.00
samparksetu

ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ,ମୃତ୍ୟୁର କାରଣ ଅସ୍ପଷ୍ଟ !

ଭୁବନ ଥାନା ବାରୁଆଁ ପଞ୍ଚାୟତ ମେଡିକାଲ ପଛ ପଟ କାଜୁ ବୁଦାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଭୁବନ ଥାନା ଅନ୍ତର୍ଗତ ପଳାଶପିଠିଆ ଚମ୍ପାନାଳୀଆ ଗ୍ରାମ ନାୟକ ସାହିର ବସନ୍ତ ନାୟକ (୪୮) ବୋଲି ଜଣାପଡିଛି । ସେ ପରଜଙ୍ଗ ଥାନା କନ୍ତୁର ଗାଁ ର ବାସିନ୍ଦା ହୋଇଥିବା ବେଳେ ଭୁବନ ରେ ନିଜ ଶଶୁର ଘର ନିକଟରେ ରହୁଥିଲେ ।

ବସନ୍ତ ଆଜକୁ କୋଡିଏ ଦିନ ହେଲା ଘରକୁ ଆସୁନଥିଲେ ଗତକାଲି ସଂନ୍ଧ୍ୟା ସମୟରେ ମୃତ ଶରୀରରୁ ଦୁର୍ଗନ୍ଧ ବାହାରିବାରୁ ଅଞ୍ଚଳବାସୀ କାଜୁ ବୁଦାମୂଳରୁ ମୃତ ଶରୀର ଠାବ କରି ଭୁବନ ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ରାତି ତମାମ ମୃତ ଦେହକୁ ଜଗିରହିଥିଲେ । ଆଜି ପୂର୍ବାହ୍ନରେ ଭୁବନ ପୋଲସ ଟିମ, ତହସିଲ୍ ଦାର ରୋଜାଲୀନ ବେହେରା ଓ ସାଇଣ୍ଟିଫିକ ଦଳ ପହଞ୍ଚି ଶବକୁ ଜବତ କରିବା ସହିତ ମୃତ୍ୟୁର କାରଣ ତଦନ୍ତ କରୁଛି । ବସନ୍ତଙ୍କ ଗଳିତ ମୃତ ଶରୀରରକୁ ଜବତ କରି ଶବ ବ୍ୟବଛେଦ ପାଇଁ ଭୁବନ ମେଡିକାଲକୁ ପଠାଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ଅନୁମାନ କରାଯାଉଛି I ତେବେ ବସନ୍ତ ଜଣେ ଦିନ ମଜୁରୀଆ ଥିବାବେଳେ ଘରେ ତାଙ୍କର ସ୍ତ୍ରୀ ଓ ନାବାଳୀକା ଝିଅ ରହିଛନ୍ତି ।

new life
You might also like
error: Content is protected !!