News
WhatsApp Image 2023-10-04 at 17.25.00
samparksetu

ଏଟିଏମ ଲୁଟ ଘଟଣା ; ୩ ଅଭିଯୁକ୍ତ ଗିରଫ,୪ ଫେରାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବରପଦା ଶ୍ରୀ ରାମଚନ୍ଦପୁର ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ନିକଟରେ ଠିଆବ ଏଟିଏମ ଲଟୁ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହିତ ଦୁଇଜଣକୁ ଗିରଫ କରିଛି ।

ଏହି ଘଟଣାରେ କାର ସହିତ ମୋଟରସାଇକେଲ ଏବଂ ନଗଦ ୨.୫୬ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଅନ୍ୟ ୪ ଜଣ
ଫେରାର ହୋଇଯାଇଛନ୍ତି ।

ଅକ୍ଟୋବର୨ ତାରଖି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବରପଦା ରାମଚନ୍ଦପ୍ର ରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କଅଫ ଇଣ୍ଡିଆ ଏଟିଏମକୁ ଏକ ଗ୍ୟାସ କଟରରେ କାଟି ତା ମଧ୍ୟରେ ଥିବା ୨୨ଲକ୍ଷ ୧୭ହଜାର ୯ଶହଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ ।ଏହି ଘଟଣାକୁ ନେଇ ବ୍ୟାଙ୍କ ତରଫରୁ ଅଭିଯୋଗ କରାଯିବା ପରେ ୨୫୦/୨୨ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିଲା ।ପୋଲିସ ତରଫରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଭଦ୍ରକ , ବାଲେଶ୍ଵର ଏବଂ ଢେଙ୍କାନାଳ ଅଞ୍ଚଳରେ ଚଢାଉ କରାଯାଇଥିଲା ।

ଏହି ଲୁଟ ଘଟଣାରେ ୪ ଜଣ ମୁଖ୍ୟ ଅଭିଯୁକ୍ତ ରହିଥିବା ବେଳେ ୩ ଜଣ ସେମାନଙ୍କୁ ସହଯୋଗ କରିଥିଲେ । ପୋଲିସ ତଦନ୍ତ କରି ସେମାନଙ୍କ ମଧ୍ୟରୁ ସଦର ଥାନା କଙ୍କଡାହାଡ ଗ୍ରାମର ବିଭୁତି ନାଏକଙ୍କ ପୁଅ ଜିତେନ୍ଦ୍ର ନାଏକ( ୨୪), ଭଦ୍ରକ ଜିଲ୍ଲା ବାସୁଦେବପରୁ ଥାନା ଆଲବାଗା ଗ୍ରାମର ଭଗବତ ପାଣିଙ୍କ ପୁଅ ନିରଞ୍ଜନ ପାଣି (୩୦) ଓ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବଡତୋଟା ଗ୍ରାମର ଗଙ୍ଗାଧର ଦାସଙ୍କ ପୁଅ ରାକେଶ ଦାସ(୨୫)କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୨ଲକ୍ଷ୫୬ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଗୋଟିଏ ମାରୁତି ଅଲଟୋ କାର ,ଗୋଟିଏ କଳାରଙ୍ଗର ଆପାଚି ମୋଟର ସାଇକେଲ,ଲୁହା ଛେଣୀ,ଦୁଇଟି ପେନ ଡ୍ରାଇଭ ,ଗୋଟିଏ ବ୍ୟାଗ ଜବତ କରାଯାଇଛି ।

ଘଟଣା ସମ୍ପର୍କରେ ଏସପି ଙ୍କ କହିବା ଅନୁଯାୟୀ , ଅନ୍ୟ ୪ଜଣ ଫେରାରଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି , ପୋଲସି ପାଟ୍ରୋଲିଂ ମଧ୍ୟ ଜୋରଦାର କରାଯାଉଛି । ଅଭଯୁକ୍ତ ମାନଙ୍କୁ ଖୁବଶୀଘ୍ର ଧରାଯିବ ।

new life
You might also like
error: Content is protected !!