News
WhatsApp Image 2023-10-04 at 17.25.00
samparksetu

ଟାଟା ପାୱାର ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ; ଲୁଟିନେଲେ ଟଙ୍କା ସହ ସୁନାଚେନ ଓ ମୋବାଇଲ

ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳବରକୋଟ ଗ୍ରାମ ନିକଟସ୍ଥ ସିଆରିଆ ନିକଟରେ ଟାଟା ପାୱାର ର ଜଣେ ଏଜେଣ୍ଟଙ୍କୁ କେତେକ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ୧୦ହଜାର ଟଙ୍କା ସହିତ ମୋବାଇଲ ଓ ସୁନା ଚେନ ଲୁଟି ନେଇଥିବାର ଜଣାପଡିଛି ।

ସିଆରିଆ ଗାଁ ର ପ୍ରତାପ ସ୍ୱାଇଁ ନିକଟସ୍ଥ ଗାଁରୁ ବିଦ୍ୟୁତ ବିଲ ଗ୍ରାହକ ମାନଙ୍କ ଠାରୁ ଆଦାୟ କରି ଘରକୁ ଫେରୁଥିଲେ ।ଗୋବିନ୍ଦପୁର ସୂତାକଳ ନିକଟରେ ୨ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ଅଟକାଇ ଧମକ ଦେଇଥିଲେ ,ତାଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇବା ପାଇଁ ଉଦ୍ୟମ କରିବା ସହ ତାଙ୍କଠାରୁ ସୁନାଚେନ ଓ ମୋବାଇଲ ଛାଡେଇ ଫେରାର ହୋଇଯାଇଥିଲେ ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ପ୍ରତାପଙ୍କ କାନ୍ଧ ଓ ମୁଣ୍ଡରେ ଗଭୀର ଆଘାତ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ତେବେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!