News
WhatsApp Image 2023-10-04 at 17.25.00
samparksetu

ଜାତୀୟ ରାଜପଥ ନେଲା ପୁଣି ଦୁଇ ଜୀବନ !

ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ ,ଘଟଣା ସ୍ଥଳରେ ୨ମୃତ ।

ସୂଚନା ଅନୁଯାୟୀ , ଆଜି ଦିବା ପ୍ରାୟ ୧୧ଟା ସମୟରେ ଏକ ବାଇକ ଯୋଗେ (OD06 H7445) ଢେଙ୍କାନାଳ ଆସୁଥିବା ଦୁଇ ବାଇକ ଆରୋହୀ କୁ ଗୋବିନ୍ଦପୁର ଛକ ନିକଟରେ କଟକ ଯାଉଥିବାଏକ କୋଇଲା ବିଝେଇ ଟ୍ରକ ଧକ୍କା ଦେଇଥିଲା ,ଯାହା ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି ।

ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିବା ଏବଂ ଡାଇଭର୍ସନ ହେତୁ ଏପରି ଦୁର୍ଘଟଣା ଘଟୁଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକେ ବଲଦିଆବନ୍ଧ ଠାରେ କାବୁ କରି ଟ୍ରକ ସହ ଗୋବିନ୍ଦପୁର ଫାଣ୍ଡି ପୋଲିସର ଜିମା ଦେଇଛନ୍ତି ।

ମୃତକ ୨ଜଣ ହେଲେ , କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗ୍ରାମର ଭରତ ଦେହୁରୀ ସେ ଜଣେ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଥିବା ଜଣା ପଡ଼ିଛି ଏବଂ ଅନ୍ୟ ଜଣେ ହେଲେ କାମାକ୍ଷାନଗର ମହୁଲି ଗ୍ରାମର ମୁରଲୀ ବିଶ୍ୱାଳ (ଦହିବାର ବେବସାୟୀ) । ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ବବିତା ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଛନ୍ତି ।

new life
You might also like
error: Content is protected !!