News
WhatsApp Image 2023-10-04 at 17.25.00
samparksetu

ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ , ଟପ୍ ଟେନ୍ ତାଲିକାରେ ପରଜଙ୍ଗ କଲେଜର ୫ ଛାତ୍ରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପରଜଙ୍ଗ ମହାବିଦ୍ୟାଳୟର ୫ଜଣ ଛାତ୍ରୀ ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକ (ବିଏ) ୨୦୨୨ ମସିହାରେ ଦେଇଥିବା ପରୀକ୍ଷାରେ ଟପ୍ ଟେନ୍ ସ୍ଥାନ ଅଧିକାର କରିଥିବା ଜଣାପଡିଛି ।

ଏହି ତାଲିକାରେ ଓଡ଼ିଆ ବିଭାଗରେ ସ୍ଥାନ ପାଇଥିବା ୧୦ ଜଣଙ୍କ ମଧ୍ୟରେ ଛାତ୍ରୀ ସୁପ୍ରିୟା ଜେନା ୪ର୍ଥ ସ୍ଥାନରେ ଅଧିଷ୍ଠିତ ହୋଇଥିବା ବେଳେ ରାଜନୀତି ବିଜ୍ଞାନର ଛାତ୍ରୀ କାନନ ବାଳା ସାହୁ ୪ର୍ଥ ସ୍ଥାନରେ ରହିଛନ୍ତି ।ସେହିପରି ରାଜନୀତି ବିଜ୍ଞାନରେ ୭ମ ସ୍ଥାନରେ ରହିଛନ୍ତି ଶିବାନୀ ଦେହୁରୀ ଓ ୮ମ ସ୍ଥାନରେ ପୂଜାରିଣୀ ସାହୁ ସ୍ଥାନ ଅଧିକାର କରିଛନ୍ତି ।

ସୀପା ସାହୁ ସଂସ୍କୃତ ଭାଷାରେ ୧୦ଜଣଙ୍କ ମଧ୍ୟରେ ୯ମ ସ୍ଥାନରେ ରହିଛନ୍ତି ।ସୁପ୍ରିୟା ଜେନା ପରଜଙ୍ଗ ଗ୍ରାମର ମୀନକେତନ ଜେନାଙ୍କ କନ୍ୟା ଥିବା ବେଳେ କାନନବାଳା ସାହୁ ମୁକ୍ତାପସି ଗ୍ରାମର ଜନାର୍ଜନ ସାହୁଙ୍କ କନ୍ୟା ଅଟନ୍ତି ।

ଶିବାନୀ ଦେହୁରୀ ବାରିହାପୁର ଗ୍ରାମର ଅରୁପାନନ୍ଦ ଦେହୁରିଙ୍କ କନ୍ୟା ଥିବା ବେଳେ ପୁଜାରିଣି ସାହୁ ବାରିହାପୁର ଗ୍ରାମର ପଞ୍ଚାନନ ସାହୁଙ୍କ କନ୍ୟା ଅଟନ୍ତି , ସେହିପରି ସିପା ସାହୁ ବଡଝରା ଗ୍ରାମର ଦୟାନିଧି ସାହୁଙ୍କ କନ୍ୟା ରହିଛନ୍ତି ।ଏମାନେ ସମସ୍ତେ ପରଜଙ୍ଗ ବ୍ଲକର ଛାତ୍ରୀ ଅଟନ୍ତି ।

ପରଜଙ୍ଗ ବ୍ଲକର ଉତ୍କଳ ବିଶ୍ବବିଦ୍ୟାଳୟ ସ୍ତରରେ ଟପ୍ ଟେନ ମଧ୍ୟରେ ମାନ୍ୟତା ପାଇ ଆସିଥିବା ବେଳେ ଗତ ୨୦୨୨ ମସିହାରେ ୧୦ଜଣଙ୍କ ମଧ୍ୟରେ ୫ ଛାତ୍ରୀଙ୍କ ନାମ ପ୍ରକାଶ ତାଲିକାରେ ଥିବାରୁ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ତର ନିହାର ରଞ୍ଜନ ସାହୁ ଓ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି ।

new life
You might also like
error: Content is protected !!