News
WhatsApp Image 2023-10-04 at 17.25.00
samparksetu

ଫେରିଆ ସମୟ

ରେ ସମୟ ନ ହୋଇ ଅଝଟିଆ
ଆଉ ଥରେ ଆ ଫେରି
ଜୀବନକୁ ମୋର ସଜାଡ଼ି ନେବିରେ
ତୋ ଅନୁସାରେ ଧରି l

ସଂସାର ର ବୋଝ ମୁଣ୍ଡେଇଲି ସିନା
ନିଜକୁ ଗଲି ତ ଭୁଲି
ହସ ଟିକେ ଫୁଟୁ ସଭିଁଙ୍କ ଓଠରେ
ସମସ୍ତଙ୍କୁ ଆବୁରିଲି l

ମୋ ଚାରିପଟେ ଘଟଣା କ୍ରମରେ
କଣ ସବୁ ଘଟୁଥିଲା
ବୁଝିବାକୁ ଟିକେ ତର ବି ନଥିଲା
(ଯାହା) କାଳ ସାଜି ଉଭା ହେଲା l

ବୁଝିବା ବେଳକୁ ସମୟ ର ସ୍ରୋତ
ଦରିଆ ମଝିରେ ଥାଇ
ଉପହାସ ଛଳେ ମର୍ମ ବେଦନାକୁ
ଉଖାଡ଼ିଲା ରହି ରହି l

ସମୟ ସହିତ ଜୀବନ ଗଡୁଛି
ଅସହାୟ ଅବସ୍ଥାରେ
ସେର ପୁରିଲାଣି ମାଣ ବି ପୁରିବ
ଯେ କୌଣସି ସମୟରେ l

ସମୟରେ ତୋତେ ନେହୁରା ହେଉଛି
ମନ୍ଥର କରି ଦେ ଗତି
ଆଉ କିଛି ଇଛା ବାକି ପଡିଛି ରେ
ସରିଲେ ଦେବୁ ତୁ ମୁକ୍ତି l

ଆଜି କାହିଁ ଭାରି ଇଛା ହୁଏ ପୁଣି
ଫେରି ପାଇବାକୁ ତୋତେ
ନିର୍ଦୟ  ନ ହୋଇ ଫେରିଆ ସମୟ
ଅବୁଝା ନ ହଅ ଏତେ l

✍️ସ୍ମୃତି ସରିତା

new life
You might also like
error: Content is protected !!