News
WhatsApp Image 2023-10-04 at 17.25.00
samparksetu

ବିଦ୍ୟାଳୟରେ ଶିକ୍ଷକ ଅଭାବ , ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଦୁର୍ଗାପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଏବଂ ଗ୍ରାମାବାସୀ ମାନେ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବାର ଜଣାପଡିଛି ।

ଦୁର୍ଗାପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟଳୟରେ ୮ଟି ଶ୍ରେଣୀରେ ୧୭୨ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିବା ବେଳେ ଶିକ୍ଷାଦାନ ପାଇଁ ମାତ୍ର ୪ଜଣ ଶିକ୍ଷକ ରହିଛନ୍ତି । ଶିକ୍ଷକ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଶିକ୍ଷକ ନିଯୁକ୍ତି କରିବା ଦୂରର କଥା ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି ।

ଏହାକୁ ନେଇ ଅଭିଭାବକ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେବା ସହିତ ତୁରନ୍ତ ୪ଜଣ ଶିକ୍ଷକ ନୁଯୁକ୍ତି କରାନଗଲେଗ୍ରାମାବାସୀ ଏବଂ ଅଭିଭାବକ ମାନେ ଧାରଣା ଦେବାକୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!