News
WhatsApp Image 2023-10-04 at 17.25.00
samparksetu

ହାଇୱା ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ଜଣେ ଗୁରୁତର !

ଆଜି ଅପରାହ୍ନ ପ୍ରାୟ ୫ ଘଟିକା ସମୟରେ ଗୁଡିଆକାଟେଣି -ହିନ୍ଦୋଳ ରାସ୍ତାର ହାଣ୍ଡିଫୁଟା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇ ଜଣେ ମୃତ୍ୟୁ ବରଣ କରିଥିବା ବେଳେ, ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନା ଚିକିତ୍ସିତ ହେଉଥିବା ଜଣାପଡିଛି ।

ସୂଚନା ଅନୁଯାୟୀ , ଗୁଡିଆକାଟେଣି ଆଡୁ ଏକ ହାଇୱା ଟ୍ରକ କାରନ୍ଦା ଆଡ଼କୁ ଯାଉଥିବା ବେଳେ ହାଣ୍ଡିଫୁଟା ଗ୍ରାମ ନିକଟରେ ସାମ୍ନା ପଟରୁ ଆସୁଥିବା ଏକ ବାଇକ୍ କୁ ଧକ୍କା ଦେଇଥିଲା ଫଳରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ ।

ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଏକ ଆମ୍ବୁଲାନ୍ସରେ ଢେଙ୍କାନାଳ ଡାକ୍ତରଖାନା କୁ ନିଆଯାଇଥିଲା ସେଠାରେ ଚିକିତ୍ସିତ ହେଉଥିବା ବେଳେ ଦୁଦୁରକୋଟ ଗ୍ରାମର ସୁଧିର ବେହେରା (୩୪) ନାମକ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ଗୁଳେହି ଗ୍ରାମର କୈଳାସ ବୈଦ୍ୟ (୪୪) ନାମକ ବ୍ୟକ୍ତି ଚିକିତ୍ସିତ ପାଇଁ କଟକ ସ୍ଥାନାନ୍ତର ହୋଇଛନ୍ତି ।

ଉଭୟ ଡ଼୍ରାଇଭର ଥିବା ବେଳେ ଧଳପୁର ଠାରେ ଅନୁଷ୍ଠିତ ସଂଘ ବୈଠକରେ ଯୋଗ ଦେବା ନିମନ୍ତେ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଡ୍ରାଇଭର ସଂଘ ର ସମସ୍ତ ସଦସ୍ୟ ମାନେ ଗଭିର ଶୋକ ଵ୍ୟକ୍ତ କରିବା ସହିତ କାର୍ଯ୍ୟକ୍ରମକୁ ଅଧାରୁ ବାତିଲ କରି ଦିଆଯାଇଛି । ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

new life
You might also like
error: Content is protected !!