News
WhatsApp Image 2023-10-04 at 17.25.00
samparksetu

ଭଙ୍ଗା ପୋଲ ଉପରେ ରାସ୍ତା ପଲଟିଛି ବିଦ୍ୟୁତ୍ ଖୁଣ୍ଟ !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ଗ୍ରାମରେ ପୋଲ ଭାଙ୍ଗିଯିବାରୁ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି ଗ୍ରାମବାସୀ I ଡମଶାଳ ନଦୀର କୁ ଯିବାଆସିବା,ଚାଷ ପାଇଁ ବିଲ କୁ ଯିବାଆସିବା ଏବଂ ପାର୍ଶ୍ଵରେ ଏକ ମନ୍ଦିର ଥିବାରୁ ଏହି ପୋଲ ଉପରେ ଦୈନିକ ଗ୍ରାମବାସୀ ଛୋଟରୁ ବୁଢ଼ା ପର୍ଯ୍ୟନ୍ତ ନିର୍ଭର କରିଥାନ୍ତି I

ଚଳିତ ବର୍ଷ ନଦୀ ବଢ଼ିରେ ପୋଲର ଦୁଇ ପାର୍ଶ୍ୱ ମାଟି ଖାଇ ଯିବାରୁ ପୋଲଟି ଭାଙ୍ଗିଯାଇଛି I ଗ୍ରାମବାସୀ ମାନେ ରାତି ପାହିଲେ ଦୈନିକ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବାରୁ ବାଧ୍ୟ ହୋଇ ତିନୋଟି ବିଦ୍ୟୁତ୍ ଖୁଣ୍ଟକୁ ଭଙ୍ଗା ପୋଲ ଉପରେ ବିଛାଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି I ବ୍ଲକ୍ ପ୍ରଶାସନ ପକ୍ଷରୁ ନୂତନ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି I

new life
You might also like
error: Content is protected !!