News
WhatsApp Image 2023-10-04 at 17.25.00
samparksetu

ବିପଦ ସଙ୍କୁଳ ଅବସ୍ଥାରେ ଦୁଇଟି ବିଦ୍ୟୁତ ସବଷ୍ଟେସନ

ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକର ଦୁଇଟି ସବଷ୍ଟେସନ ଅବ୍ୟବସ୍ଥା ରେ ରହିଛି I ଜାତିୟରାଜପଥ ୫୩ କଡରେ ଥିବା ଦୟାଣାବିଲି ସବ ଷ୍ଟେସନର ଘରଛାତରୁ ପାଣି ପଡ଼ିବା ସହ କାନ୍ଥ ଫାଠିକି ଆଁ କଲାଣି । ପାଚେରି ନଥିବାକାରଣରୁ ବିପଦରେ ଗୃହପାଳିତ ପଶୁ ପକ୍ଷୀ ଓ ପାଖରେ ବିଦ୍ୟାଳୟ ଥିବାରୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ପାଇଁ ବିପଦ ବଢ଼ାଉଛି I ଜୀବନକୁ ବାଜି ଲଗାଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଘରେ କର୍ମଚାରୀ ରାତ୍ରୀ ଯାପନ କରୁଛନ୍ତି I

ସେହିପରି ପଳାଶପିଠିଆ ଗ୍ରାମରେ ଥିବା ସବ ଷ୍ଟେସନର ଭୁବନ ଏନଏସି ସମେତ ୫ଟି ପଞ୍ଚାୟତର ୩୦ ଟି ଗାଁକୁ ବିଜୁଳି ଯୋଗାଉଛି । ହେଲେ ଏଠି ବି ମଧ୍ଯ ସମାନ୍ ଅବସ୍ତାରେ ରହିଛି I କର୍ମଚାରୀ ମାନେ ଉପସ୍ଥିତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ ମଧ୍ଯ କୋଣସି ସୁଫଳ ମିଳୁ ନଥିବା ଜଣାଇଛନ୍ତି I ବିଦ୍ୟୁତ୍ ବଣ୍ଟନ ରେ ଦାୟିତ୍ଵରେ ଥିବା ଟାଟା ପାୱାର ର ଦୁଇଟି ସବଷ୍ଟେସନ ଅବ୍ୟବସ୍ଥା ରେ ଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି I

new life
You might also like
error: Content is protected !!