News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୮ ବିଷୟରେ ଖୋଲିଲା ପିଜି

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୂତନ ଭାବରେ ୮ଟି ବିଭାଗରେ ପିଜି ଶ୍ରେଣୀ ଖୋଲିଥିବାର ଜଣାପଡିଛି । ଏହାକୁ ନେଇ ଉଚ୍ଚ ଶିକ୍ଷାବିଭାଗ ପତ୍ରସଂଖ୍ୟା ୪୫୨୭୪/୨୨ରେ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିଛି । ଓଡିଆ,ଇଂରାଜୀ,ଅର୍ଥନିତୀ,ରସାୟନ ଶାସ୍ତ୍ର, ପଦାର୍ଥବିଜ୍ଞାନ, ଗଣିତ, ମନସ୍ତତ୍ୱ ବିଭାଗ,ଦର୍ଶନଶାନ୍ତ୍ରରେ ପିଜି ପାଠ୍ୟକ୍ରମ ଖୋଲିବ ।ପ୍ରତି ବିଭାଗରେ ୧୬ଟି ସିଟପାଇଁ ଅନୁମତି
ମିଳିଥିବା ବେଳେ ଚଳିତ ଶିକ୍ଷାବର୍ଷରୁ ନାମ ଲେଖା ଆରମ୍ଭ ହେବ ।

ପୂର୍ବରୁ ଇତିହାସ,ବାଣିଜ୍ୟ ବିଭାଗରେ ୩୨ଟିଲେଖାଏଁ ପିଜି ସିଟ ରହିଥିବା ବେଳେ ଉଦ୍ଭିଦ ବିଜ୍ଞାନରେ ପୂର୍ବରୁ ଥିବା ୧୬ ସିଟରୁ ୩୨କୁ ବୃଦ୍ଧି କରାଯାଇଛି । ଅନୁରୂପ ଭାବରେ ଦର୍ଶନଶାସ୍ତ୍ର ଇଂରାଜୀ ,ମନସ୍ତତ୍ୱ,ପ୍ରାଣୀବିଜ୍ଞାନ, ଗଣିତ ସ୍ନାତକ ବିଭାରେ ସିଟ ସଂଖ୍ୟା ୩୨କୁ ବୃଦ୍ଧି ପାଇଥିବା ବେଳେ ୪ଟି ନୂଆବିଷୟ ଶିକ୍ଷା, ସମାଜଶାସ୍ତ୍ର, ବାୟୋଟେକନଲୋଜି ସମ୍ନାନ ପାଇଁ ଅନୁମତି ମିଳିଛି ।

୧୯୫୯ ମସିହାରେ ସ୍ଥାପିତ ହୋଇଥିବା ଢେଙ୍କାନାଳ ମହାବିଦ୍ୟାଳୟରେ ୧୯୮୧ ମସିହାରେ ପ୍ରଥମେ ଇତିହାସ,୧୯୮୩ରେ ବାଣିଜ୍ୟ ଓ ୧୯୯୫ରେ ଉଦ୍ଭିଦ ବିଜ୍ଞାନ ପିଜି ଖୋଲିଥିଲା । ସରକାରଙ୍କ ତରଫରୁ ବହୁ ଦିନ ପରେ ଦାବୀ ପୂରଣ ହୋଇଥିବାରୁ ଅଭିଭାବକ,ଛାତ୍ରଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକାଙ୍କ ମହଲରେ ସ୍ୱାଗତ କରାଯାଇଛି ।

new life
You might also like
error: Content is protected !!