News
WhatsApp Image 2023-10-04 at 17.25.00
samparksetu

ବାଜି ରାଉତ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ; ମୁମ୍ବାଇ କେନକ୍ରେ ଏଫସି ବିଜୟୀ

ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରେ ସର୍ବଭାରତୀୟ ଫୁଟବଲ ସଂଘ ସହଯୋଗରେ ଆମେ ଓଦିଆ ଫାଉଣ୍ଡେସନ ଟଷ୍ଟ୍ର ଦ୍ଵରା ବାଜି ରାଉତ ଜାତୀୟ ଫଟୁବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ଦିନ ଢେଙ୍କାନାଳ ମିନି ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି।

କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳକୁ ଉଦଘାଟନ କରିଥିଲେ । ଦେଶ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ସର୍ବ କନିଷ୍ଠ ସହିଦ ବାଜିରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ବାଜି ରାଉତ ଫୁଟବଲ କପର ଆୟୋଜନ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଖେଲୋ ଇଣ୍ଡିଆ ଅଭିଯାନ,ଫିଟ ଇଣ୍ଡିଆ ମାଧ୍ୟମରେ ଦେଶର କ୍ରୀଡାକୁ ପ୍ରୋତ୍ସାହନ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ୨ କୋଟି ୫୦ଲକ୍ଷ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ଫୁଟବଲ ପ୍ରଦାନ କରାଯାଇଛି ।

ଗୁରୁବ।ର ଅନୁଷ୍ଠତି ଉଦଘାଟନୀ ମ୍ୟାଚ ମୁମ୍ବାଇ
କେନକ୍ରେ ଏଫସି ସହତି ଓଡିଶା ଟିମ ମଧ୍ୟରେ ଅନୁଷ୍ଠତି ହୋଇଥିଲା । ଏହି ମ୍ୟାଚରେ ମୁମ୍ବାଇ ବିଜୟୀ ହୋଇଥିବା ଜଣାପଡିଛି । ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୩ରୁ ୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେପ୍ରତିଯୋଗିତାରେ ୮ଟି ରାଜ୍ୟରୁ ୮ଟି ଫୁଟବଲ ଦଳ ଅଂଶ ଗ୍ରହଣ କରିଛନ୍ତି । ନଭେମ୍ବର ୮ରେ ତାଳଚେରରେ ଫାଇନାଲ ମ୍ୟାଚ ଅନୁଷ୍ଠତି ହେବ ବୋଲି ଜଣା ପଡିଛି ।

new life
You might also like
error: Content is protected !!