News
WhatsApp Image 2023-10-04 at 17.25.00
samparksetu

ଡାକ୍ତରଙ୍କ ଅବହେଳା ହେତୁ ରୋଗୀ ହୀନସ୍ଥା

ଢେଙ୍କାନାଳ ଜିଲ୍ଲାର ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଙ୍କ ମନମୁଖୀ ଶାସନ ଏବେ ସାଧାରଣ ରେ ଚିନ୍ତାର ବିଷୟ ପଲଟିଛି । ରାସୋଳ ଅଞ୍ଚଳ ଜନ ବହୁଳ ଅଞ୍ଚଳ ତଥା ଏହି ମେଡିକାଲ ସାମ୍ନା ଦେଇ ଯାଇଥିବା ପୁରୁଣା କଟକ ସମ୍ବଲପୁର ରାସ୍ତା ଏବେ ବ୍ୟସ୍ତ ବହୁଳ କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ।

ହେଲେ ଏଠାରେ ଥିବା ଡାକ୍ତର ରୋଗୀମାନଙ୍କୁ ଙ୍କୁ ନଦେଖି ଗେଟ୍ ବାହାରୁ ଫେରାଇ ଦେଉ ଥିବାର ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ , ଗତକାଲି ସାପୁଆ ଡ୍ୟାମ ରୁ ବଣ ଭୋଜି ସାରି ଫେରିବା ବାଟରେ ଏକ ଦୁର୍ଘଟଣା ହେବା ପରେ ତାଙ୍କୁ ରାସୋଳ ଦମକଳ ବାହିନୀ ତୁରନ୍ତ ଉଧାର କରି ରାସୋଳ ମେଡିକାଲ କୁ ଆଣିଥିଲେ, ମାତ୍ର ଡାକ୍ତର ଅନୁପସ୍ଥିତ କାରଣରୁ ୧୫ ମିନିଟ୍ ପରେ ମଧ୍ୟ କେହି ହେଲେ ଦମକଳ ସାଇରନ ଶୁଣି ମଧ୍ୟ ଗେଟ୍ ଖୋଲି ନଥିଲେ।

ଏହାକୁ ଦେଖି ଡାକ୍ତର ଙ୍କୁ ଫୋନ୍ ଯୋଗେ ଯୋଗ ଯୋଗ କରାଯାଇଥିଲା ମାତ୍ର, ସେ ତାଙ୍କ ଫୋନ୍ କୁ ରିସିଭ କରିନଥିଲେ ।ଏହି ଡାକ୍ତର ଜଣଙ୍କ ଏଠାରେ ଦୀର୍ଘ ଦିନ ଧରି ରହିଥିବା କାରଣ ରୁ କର୍ତ୍ତବ୍ୟ ରେ ଅବହେଳା କରିବା ଦେଖିବାକୁ ମିଳୁଛି । ସରକାରୀ ଡାକ୍ତର ଖାନରେ ଔଷଧ ଥାଇ ମଧ୍ୟ ରୋଗୀ ଙ୍କୁ ବାହାରୁ କୁ ପଠାଇବା, ବାହାରୁ ଔଷଧ କିଣିବା, ଟେଷ୍ଟ କରାଇବାକୁ ଖୁଥିବାର କରୁଥିବାର ଅଭିଯୋଗ ହୋଇ ଆସୁଛି।

ଉକ୍ତ ଡାକ୍ତର ପୁରୁଣାକୋଟ ଡାକ୍ତର ଖାନାକୁ ବଦଳି ହୋଇଥିଲେ ମଧ୍ୟ ଏଠାରୁ ସେ ଯାଉ ନଥିବା ଦେଖିବାକୁ ମିଳିଛି । କିଛି ପ୍ରଭାବଶାଳୀ ବ୍ୟକ୍ତି ଙ୍କୁ ଧରି ଏଭଳି କାର୍ଯ୍ୟ କରୁଥିବା ହେତୁ ରୋଗୀ ସେବା ବ୍ୟାହତ ହେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!