News
WhatsApp Image 2023-10-04 at 17.25.00
samparksetu

ପିତା

ପିତା ଅଟେ ଆମ ସଭିଙ୍କ ସମ୍ମାନ
                      ଅଟନ୍ତି ଆମ ଜୀବନ
ଶିକ୍ଷୁ ସବୁ  ଧର୍ମ  ଅବା  ଯେତେ କର୍ମ
                       ଅଟନ୍ତି ସେ ଭଗବାନ l
ନିତି ଆଦର୍ଶର ଜୀବନ ତାଙ୍କର
                        ପରିବାର ମେରୁଦଣ୍ଡ
ଦୁଃଖ କଷ୍ଟ ସହି ସଭିଙ୍କର ପାଇଁ
                         ଖଟୁଥାନ୍ତି ଦିନଦଣ୍ଡ l

ଭାରି ପରିଶ୍ରମୀ ଜୀବନ କାହାଣୀ
                         କହିଲେ ସରେ ନି ଦିନ
ପରିବାର ହସଖୁସିର କାରଣ
                          ପିତା ସେ ପରମ ବ୍ରହ୍ମ l
ପରିବାର କ୍ଷୁଧା ଦୂରେ କରେ ସଦା
                          ସଂକଳ୍ପ ତାଙ୍କ ଅଟଇ
ଜନମ ଯାହାର କହଇ ସଂସାର
                          କେହି ତାଙ୍କ ସମ ନାହିଁ l
ସନ୍ତାନର ପାଇଁ ସାହାସ ଅଟଇ
                           ନିତି ଆଦର୍ଶ ମଣିଷ
ସକଳ ସଂସାର ତିଷ୍ଠି ରହିବାର
                           ଅଟନ୍ତି ମହାପୁରୁଷ l

ପିତା ମାତା ପ୍ରତି  ତାଙ୍କ ସେବା  ଦେଖି
                         ନଇଁ ଯାଏ ଆମ ମଥା  l
ନିଜ ପତ୍ନୀ ପାଇଁ ଦେବତା  ଅଟନ୍ତି
                         ଏ ସଂସାର ସୃଷ୍ଟି କର୍ତା l
ସହନଶୀଳତା ଆଉ ସଂଯମତା
                          ଶିଖିଥାଉ ତାଙ୍କ ଠାରୁ
ଜୀବନ ତାଙ୍କର ଅତି ଉଚତ୍ତର
                           ପରିବାର ମହାମେରୁ l
ଆକାଶ ଠୁ ଉଚ୍ଚା ଅଟେ ତାଙ୍କ ଚିନ୍ତା
                           ପୃଷ୍ଟ ହୋଇ ସହିଥାନ୍ତି
ଆସିଲେ ବିପଦ ସମୟ ଦୁଖଃଦ
                            ସବୁ ସାମନା କରନ୍ତି l

ପରିବାର ଭଲ ମନ୍ଦର କାରଣ
                            ଅଟନ୍ତି ପିତା ଆମର
ହସୁଥାଏ ଘର, ଦାଣ୍ଡ ଓ ଦୁଆର
                              ହସେ ଏ ସାରା ସଂସାର l
ପିତା ସବୁ  ସୁଖ ଶାନ୍ତିର କାରଣ
                             ଜୀବନର ଗତିପଥ
ପିତା ବିନା କେହି  ସୁଖେ ବଂଚିନାହିଁ
                           ଏ କଥା ଅଟଇ ସତ l
ସତ୍ୟ ଧର୍ମ ନ୍ୟାୟ ସଭିଙ୍କୁ ପାଥେୟ
                          କରି ସିଏ ବଞ୍ଚିଥାନ୍ତି
ପିତା ଆମ ଧର୍ମ ପିତା ଆମ କର୍ମ
                          ପ୍ରାଣ ସେ ଆମ ଅଟନ୍ତି l

ପିତା ଆମ ଶକ୍ତି ଗତି ଆଉ ମୁକ୍ତି
                          ଅଟନ୍ତି ସାହାସ ସ୍ୱର
ଖରା ବର୍ଷା ଶୀତ ଖଟି  ଦିବାରାତ୍ର
                          ସଭିଙ୍କର  ସେ ଆଦର l
ବନ୍ଧୁ ପରିବାର ସମ୍ପର୍କ ସୁନ୍ଦର
                         ସେ ଯୋଗୁଁ ସମ୍ଭବପର
ମିଛ ମାୟା ଭରା ଏ ସଂସାରେ ପରା
                         ସେ ଏକା ଆମ ନିଜର l
ପୁରୁଷ ପ୍ରଧାନ ଅଟନ୍ତି ସେ ଆମ
                         ମଣିଷ ରୂପେ ଦେବତା
କୋଟି ପ୍ରଣିପାତ କର ମଥାନତ
                         ହେ ପ୍ରଭୁ ଜନମ ଦାତା   l

✍️ସରୋଜ କୁମାର ସାହୁ

new life
You might also like
error: Content is protected !!