News
WhatsApp Image 2023-10-04 at 17.25.00
samparksetu

କାରଖାନା ବନ୍ଦ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଢେଙ୍କାନାଳ ସଦର ବ୍ଳକ୍ ଅନ୍ତର୍ଗତ ତାଳବରକୋଟ ଗାଁ ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏକ ପିଚୁ ବାଲି ମିଶ୍ରଣ କାରଖାନା ଏବଂ କ୍ରସର ହେତୁ ପ୍ରଦୂଷଣ ସୃଷ୍ଟି ହେଉଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ବ୍ୟାପକ ପ୍ରଦୂଷଣ ହେତୁ କୂଅ , ପୋଖରୀ ଏବଂ ଘରେ କଳା ଆସ୍ତରଣ ଜମି ରହୁଛି । ଏହି କାରଖାନାକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

କଳା ଗୁଣ୍ଡ ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସରେ ଯାଉଥିବା ବେଳେ ବୟସ୍କ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏ ନେଇ କାରଖାନା କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଅବଗତ କରିବା ପରେ ମଧ୍ୟ ସେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାର ଅଭିଯୋଗ ହୋଇଛି ।

ଜନଜୀବନ ସୁରକ୍ଷା ପାଇଁ ଏହି ପିଚୁ କାରଖାନା ଏବଂ କ୍ରସର ୟୁନିଟ ବନ୍ଦ ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଦାବି କରିଛନ୍ତି ।ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଗ୍ରାମବାସୀ ବାଧ୍ୟହୋଇ ଆଇନକୁ ହାତକୁ ନେବା ସହିତ ଯଦି କିଛି ଅଘଟଣ ଘଟେ ସେଥିଲାଗି ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!