News
WhatsApp Image 2023-10-04 at 17.25.00
samparksetu

ଚିକିତ୍ସିତ ଅବସ୍ଥାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ !

ଢେଙ୍କାନାଳ ମୁଖ୍ୟ କାରାଗାରର ଜବେ ବିଚାରଧୀନ କଏଦୀଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।ମୃତକ ହେଲେ ଭଦ୍ରକ ଜିଲ୍ଲାର ନିରଞ୍ଜନ ପାଣୀ (୩୦)।

ବରପଦା ଛକ ଠାରେ ଥିବା ଏସବିଆଇ ଏଟିଏମ ଲୁର ଘଟଣାରେ ସେ ସଂମ୍ପୃକ୍ତ ଥିଲେ ।ଗଁଦିଆ ପୋଲିସ ନିରଞ୍ଜନ ସମେତ ୩ଜଣଙ୍କୁ ଗିରଫ କରି କରିଥିଲା ।ତାଙ୍କୁ ଢେଙ୍କାନାଳ ଜେଲରେ ବିଚାରଧୀନ କଏଦୀ ଭାବରେ ରଖାଯାଇଥିଲା। ନିରଞ୍ଜନ ଗତ ମାସ ୩୦ ତାରିଖରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସେଠି ଚିକିତ୍ସା ପରେ ଜେଲ କୁ ଆସିଥିଲେ ସେ ,କିନ୍ତୁ ୩୧ ତାରିଖରେ ପୁନଶ୍ଚ ତାଙ୍କର ଦେହ ଖରାପ ହେବାରୁ ତାଳୟ ଢେଙ୍କାନାଳ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ।ସେଠାରେ ତାଙ୍କର ଦେହ ଅଧିକ ଅସୁସ୍ଥ ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା ।

new life
You might also like
error: Content is protected !!