News
WhatsApp Image 2023-10-04 at 17.25.00
samparksetu

ଦୁର୍ଘଟଣା ରେ ତିନି ଗୁରୁତର ,ଜଣେ ମୃତ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମ ମାନଙ୍କରେ କାର୍ତ୍ତିକେଶ୍ୱର ପୂଜା ଚଳିତ ବର୍ଷ ଧୁମଧାମରେ ପାଳନ ହେଉଥିବା ବେଳେ ଏହି ଅବସରରେ ଗ୍ରାମାଞ୍ଚଳ ମାନଙ୍କରେ ସନ୍ଧ୍ୟା ହେଲେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି ।

ଗ୍ରାମାଞ୍ଚଳ ମାନଙ୍କ ମଧ୍ୟରେ ପାଟରପଦା ପଞ୍ଚାୟତର ପାଟରପଦା ଓ କଟାବାହାଳ ଗ୍ରାମରେ ଏହି ପୂଜା ଧୁମଧାମରେ ପାଳନ ହୋଇଥାଏ । ଏହି ପୂଜା ସମୟରେ ପାଟରପଦା ରବିବାର ରାତିରେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହୋଇଥିବା ଜଣାପଡିଛି ।ଉକ୍ତ ଗ୍ରାମର ବୁଲା ବିଶ୍ଵାଳଙ୍କ ପୁଅ ଅନାମ ବିଶ୍ଵାଳ (୪୧) ଓ ନିରଞ୍ଜନ ବାରିକଙ୍କ ପୁଅ ରଞ୍ଜି ବାରିକ (୨୬ )ଏହି ଦୁଇଜଣ ମିଶି ଗୋଟିଏ ବାଇକରେ ମେଣ୍ଢାପଦା ଗ୍ରାମ ନିକଟରେ ଯାଇଥିବା ଶାଖା କେନାଲ ରାସ୍ତାରେ ନିଜ ଗ୍ରାମକୁ ଯାଉଥିବା ବେଳେ, ଉକ୍ତ ଗ୍ରାମର ସୁବାସ ବିଶ୍ଵାଳ (୨୬) ଓ ସୁରେଶ ବେହେରା (୨୫ )ଏହି ଦୁଇଜଣ ମିଶି ଗୋଟିଏ ବାଇକରେ କଟାବାହାଳ ଗ୍ରାମରୁ ନିଜ ଗ୍ରାମକୁ ଯାଉଥିବା ବେଳେ ମେଣ୍ଢାପଦା କେନାଲ ରାସ୍ତା ସହିତ ସଂଯୋଗ ଥିବା ପାଟରପଦା ଗ୍ରାମ ରାସ୍ତାରେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା ।

ଫଳରେ ସମସ୍ତେ ନିଜ ନିଜ ବାଇକରୁ କିଛି ଦୂର ଫୋପାଡି ହୋଇ ପଡ଼ିଯାଇଥିଲେ । ଗାଁ କୁ ଗାଁ ଲାଗି କାର୍ତ୍ତିକେଶ୍ୱର ପୂଜା ହେଉଥିବାରୁ ଲୋକଙ୍କ ଚଳପ୍ରଚଳ ଥିବାରୁ ଏହି ଘଟଣା ଘଟିବା କ୍ଷଣି ସମସ୍ତଙ୍କୁ ପ୍ରଥମେ ପରଜଙ୍ଗ ମେଡିକାଲ ଆଣିଥିଲେ ,କିନ୍ତୁ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ତାଳଚେର ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ ।ସେଠାରେ ଡାକ୍ତର ଅନାମକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନୁଗୋଳ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

new life
You might also like
error: Content is protected !!