News
WhatsApp Image 2023-10-04 at 17.25.00
samparksetu

ସାହାରା ଇଣ୍ଡିଆରେ ଟଙ୍କା ନିବେଶ କରି ଚିନ୍ତାରେ ଜମାକାରୀ

ଢେଙ୍କାନାଳ ସହରସ୍ଥିତ ଜଗନ୍ନାଥ ରୋଡରେ ଥିବା ସାହାରା ଇଣ୍ଡିଆ ଶାଖାରେ ଲକ୍ଷ ଲକ୍ଷ ଟଙ୍କା ଜମା କରି ଜମାକାରୀ ମାନେ ନିରାଶ ହୋଇପଡିଛନ୍ତି । ଦୋର୍ଘଦିନ ଅପେକ୍ଷା ପରେ ବି ଟଙ୍କା ନମିଳିବାରୁ ହତାଶା ମଧ୍ୟରେ ଗତି କରିଥିବା ବେଳେ ଏବେ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ଅନୁସାରେ ଟଙ୍କା ଫେରିପାଇବାର ଆଶା ଉଜ୍ଜୀବିତ ହୋଇଛି ।

ଢେଙ୍କାନାଳ ଜଗନ୍ନାଥ ରୋଡରେ ସାହାରା ଇଣ୍ଡିଆ ପରିବାର ତରଫରୁ ଏକ ଶାଖ। ଖୋଲାଯାଇଥିଲା । ଏହି ଶାଖା ତରଫରୁ ଜମାକାରୀ ମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦର୍ଶାଇ ସଞ୍ଚୟ ଜମାଠାରୁ ଆରମ୍ଭ କରି ଆରଡି ଡିପୋଜିଟ,ଫିକ୍ସଡ ଡିପୋଜିଟ ମାଧ୍ୟମରେ କୋଟି କୋଟି ଟଙ୍କା ଜମା କରାଯାଇଥିଲା । ଢେଙ୍କାନାଳ ଜିଲ୍ଲାରେ ଶହ ଶହ ଏଜେଣ୍ଟ ଗାଁ ଗହଳିରେ ଥିବା ଗରିବ ଏବଂ ସାଧାରଣ ଲୋକଙ୍କ ଠାରୁ ମାସିକିଆ ଏବଂ ଦୈନିକ ଜମା ଆକାରରେ ମଧ୍ୟ ଟଙ୍କା ଆଦାୟ କରି ଗଛିତ ରଖିଥିଲା।

ଗରିବ ଲୋକମାନେ ଟଙ୍କାଜମା ରଖିବା ପରେ ସେହି ଟଙ୍କା ମାଚ୍ୟୁରିଟି ପୁରିବା ପରେ ଟଙ୍କା ଉଠାଣ ପାଇଁ ଜଗନ୍ନାଥ ରୋଡରେ ଥିବା ସାହାରା ଇଣ୍ଡିଆ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ କର୍ମଚାରୀ ମାନେ ଟଙ୍କା ଫେରାଇବା ତ ଦୂରର କଥା ବାରମ୍ବାର କାର୍ଯ୍ୟାଳୟକୁ ଦୌଡିଥିଲେ ମଧ୍ୟ ଟଙ୍କା ମିଳିନଥିଲା । ଏହାକୁ ନେଇ ଜମାକାରୀ ମାନେ ଜଗନ୍ନାଥ ରୋଡରେ ଥିବା ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ତାଲା ପକାଇବା ସହିତ ମାଡ ମାରିବା ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ଜମାକାରୀ ମାନେ ନିରାଶ ହୋଇପଡିଥିବାର ଜଣାପଡିଛି ।

ପ୍ରାୟ ୭୦ ହଜାର ଜମାକାରୀଙ୍କର ସୁଧ ମୂଳ ସହିତ ୬ଶହ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଜମାକରିଥିବା ଅନେକ ପେନସନ ଭୋଗୀ ମୃତ୍ୟୁ ମୁଖରେ ପଡିଥିବା ବେଳେ ଚିକିତ୍ସାପାଇଁ ସଠିକ ସମୟରେ ଟଙ୍କା ନପାଇ ଶାଖା କାର୍ଯ୍ୟାଳୟରେ ଜମାକାରୀ ମାନେ ତୁମୁଳକାଣ୍ଡ ମଧ୍ୟ ଘଟାଇଥିଲେ । ଟଙ୍କା ଜମାରଖି ମାଚ୍ୟୁରିଟି ହେବା ପରେ ଫେରି ନପାଇବା ଯୋଗୁ ପିଲାମାନଙ୍କର ପାଠ ପଢାରେ ବ୍ୟାଘାତ ସୃ୍‌ଷ୍ଟି ହେବା ସହିତ ଟଙ୍କା ଫେରିପାଇବାପାଇଁ ଲୋକ ଚାତକ ପରି ଚାହିଁ ରହିଛନ୍ତି ।

ବିଭିନ୍ନ ଘରୋଇ ସଂସ୍ଥାରୁ ଋଣ ଆଣି ସାହାରା ଇଣ୍ଡିଆରେ ଜମା ରଖି ଜମାକାରୀ ନିରାଶ ହୋଇପଡିବା ସହିତ ଜମାଥିବା ସୁନା ବି ନିଲାମ ହୋଇଯାଇଛି । କରୋନା ସମୟରେ ଜମାକାରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ଜମା ଟଙ୍କା ଫେରିବା ନେଇ ଏବ ବି ସନ୍ଦେହରେ ରହିଛନ୍ତି ।ସାହାରା ଇଣ୍ଡିଆର ଜମାକାରୀ ନିରାଶ ହୋଇପଡିଥିବା ବେଳେ ଦିର୍ଘ ୧୧ବର୍ଷ ଧରି ଜମାଟଙ୍କା ଫେରି ନପାଇ ଜମାକାରୀ ମାନେ ଅପେକ୍ଷା କରି ରହିଛନ୍ତି ।ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଟଙ୍କାମିଳିବ ବୋଲି କର୍ମଚାରୀ ମାନେ କହୁଥିବା ବେଳେ ବାସ୍ତବରେ ଟଙ୍କା କେବେ ମିଳିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କୌଣସି ସଂସ୍ଥାରେ ଟଙ୍କା ଜମା ରଖିବା ଏବଂ ସଂସ୍ଥା ସଠିକ ସମୟରେ ଫେରିନପାଇବା ବ୍ୟାଙ୍କର ଦେବାଳିଆ ବୋଲି ଜଣାପଡେ । ସାହାରା ଇଣ୍ଡିଆରେ ଟଙ୍କାଜମାରଖି ଠିକ ସମୟରେ ନପାଇବାରେ ଜମାକାରୀଙ୍କର କୌଣସି ତୃଟି ନାହିଁ ।କିନ୍ତୁ ସଠକି ସମୟରେ ଜମାଟଙ୍କା ଫେରି ନପାଇ ସାମାଜିକ ଏବଂ ମାନସିକ ଯନ୍ତ୍ରଣା ଭୋଗ କରି ଜମାକାରୀ ମାନେ ତଳିତଳାନ୍ତ ହୋଇଗଲେ ତାକୁ ଭରଣା କରିବ
କିଏ?ଲୋକଙ୍କ ଟଙ୍କା ସୁଧମୂଳ ସହିତ ଶିଘ୍ର ଫେରାଯିବା ଉଚିତ,ପ୍ରଥମେ ଟଙ୍କା ତାପରେ ଆଇନ ଅଦାଲତ,ନଚେତ ଟଙ୍କା ଫେରି ପାଇବା ବେଳକୁ ଜୀବନ ନଥିବ ସେ ଟଙ୍କା ହେବ କଣ? ବୋଲି କହିଛନ୍ତି ଅର୍ଥନିତୀ ଅଧ୍ୟାପକ ଅଶୋକ ମହାରଣା ।

new life
You might also like
error: Content is protected !!