News
WhatsApp Image 2023-10-04 at 17.25.00
samparksetu

ଦେଶୀ ମଦକୁ ବିରୋଧ,ଭାଟି କର୍ମଚାରୀକୁ ଅଟକ ରିଖି ପୋଲିସ ଜିମା ଦେଲେ ମହିଳା ଗୋଷ୍ଠୀ

ମଦକୁ ବିରୋଧ କଲେ ମହିଳା।ବେଆଇନ ଦେଶୀ ମଦକୁ ଗାଁ ଗାଁରେ ବିକ୍ରୀ କରୁଥିବା ବେଳେ ଆଜି କାମାକ୍ଷାନଗର ଥାନା ମହୁଲପାଳ ଶବର ସାହିରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଥିଲା।ଦେଶୀ ମଦ ଭାଟିର କର୍ମଚାରୀ ମହୁଲପାଳ ଗ୍ରାମକୁ ବେଆଇନ ଭାବରେ ମଦ ଦେବାକୁ ଯାଇଥିବା ବେଳେ ମହିଳା ଗୋଷ୍ଠୀ ଏହାକୁ ବିରୋଧ କରିବା ସହ ମଦକୁ ଛଡାଇ ରଖିବା ସହ ଭାଟିର କର୍ମଚାରୀକୁ ମଧ୍ୟ ଅଟକ ରଖିଥିଲେ।

କିଛି ସମୟ ପାଇିଁ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଭାଟି କର୍ମଚାରୀଙ୍କୁ ଉଧାର କରି ଥାନାକୁ ଆଣିଥିବା ଜଣାପଡିଛି।ସରକାରି ଦେଶୀ ମଦଭାଟିରେ ମଦକୁ ଅନ୍ୟ କୈାଣସି ଯାଗାରେ ବିକ୍ରୀ କରିବାକୁ ଅନୁମତି ଦାଆଯାଇନଥିବା ବେଳେ ,ଭାଟି କର୍ମଚାରୀ ମାନେ ବେଆଇନ ଭାବେ ଅବକାରୀ ଓ ପୋଲିସ କର୍ମଚାରୀଙ୍କୁ ହାତ କରି ପ୍ରତ୍ୟେକ ଗ୍ରାମରେ ଦେଶୀ ମଦକୁ ବିକ୍ରି କରୁଛନ୍ତି।

ଦୀର୍ଘ ଦିନ ଧରି ପଞ୍ଚାୟତରେ ମଦ ବିକ୍ରୀ ହେଉଥିବା ଅଭିଯୋଗ କରାଯାଉଥିଲେ ମଧ୍ୟ ପୋଲିସ କିମ୍ବା ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଫଳରେ ଗାଁ ରେ ବିଭିନ୍ନ ସମୟରେ ନାନା ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦେଉଛି।ଘରର ପୁରୁଷ ଲୋକ ମାନେ ଗାଁରେ ବିକ୍ରୀ ହେଉଥିବା ବେଆଇନ୍ ଦେଶୀ ମଦ ପିଇବା ସହିତ ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ମାରପିଟ୍ କରୁଥିବା ଅଭିଯୋଗ କରିଛନ୍ତି ମହିଳା ମାନେ ।ମହିଳା ମାନେ ପର ମୂଲ କରି ଯାହା ଦୁଇ ପଇସା ରୋଜଗାର କରୁଛନ୍ତି ତାକୁ ନେଇ ପୁରୁଷ ମାନେ ମଦ ପିଉଛନ୍ତି । ଘରର ଛୋଟ ଛୁଆମାନେ ପାଠ ନପଢ଼ି ପଥଭ୍ରଷ୍ଟ ହେଉଛନ୍ତି।

new life
You might also like
error: Content is protected !!