News
WhatsApp Image 2023-10-04 at 17.25.00
samparksetu

ନଦୀ ରେ ବୁଡି ଯୁବକ ମୃତ

କାମାକ୍ଷାନଗର ଏନ୍ଏସି ୧ ନଂ ୱାର୍ଡ ବଡ଼ ଇନ୍ଦିପୁର ର ଶତ୍ରୁଘ୍ନ ସେଠୀ ଙ୍କ ବଡ ପୁଅ ସୁଶାନ୍ତ କୁମାର ସେଠୀ (୪୫) ଆଜି ସକାଳେ ରାମିଆଳ ନଦୀ କୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବସତ ଗୋଡ଼ ଖସି ଯିବାରୁ ଗଭୀର ପାଣି ଭିତରେ ବୁଡ଼ି ଯାଇଥିଲେ।

ସେଠାରେ ୨ ଜଣ ଛୋଟ ପିଲା ଗାଧୋଉଥିବା ବେଳେ ସେମାନେ ସୁଶାନ୍ତ ବୁଡିଯିବାର ଦେଖି ଲୋକମାନଙ୍କୁ ଡାକିଥିଲେ। ଲୋକମାନେ ଆସି ନଦୀରୁ ସୁଶାନ୍ତ ଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ କୁ ଆଣିଥିଲେ, ହେଲେ ଡାକ୍ତର ସୁଶାନ୍ତ ଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଖବର ପାଇ କାମାକ୍ଷାନଗର ଏନ୍ଏସି ର ନଗରପାଳ ଧର୍ମାନନ୍ଦ ପରିଡା, ଉପନଗରପାଳ ଶକୁନ୍ତଳା ସେଠୀ, ୧ନଂ ୱାର୍ଡ କାଉନସିଲର ଶୁକଦେବ ସାହୁ ସେଠାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ଓ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

new life
You might also like
error: Content is protected !!