News
WhatsApp Image 2023-10-04 at 17.25.00
samparksetu

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଜରଡl ପଞ୍ଚାୟତ ଅନ୍ତର୍ଗତ ଠେଙ୍ଗା ଗ୍ରାମରେ ଆଜି ସକାଳେ ଜଣେ ଅବିବାହିତl ଯୁବତୀ ନିଜ ବାଡ଼ି କୂଅରେ ପଡି ମୃତ୍ୟୁ ବରଣ କରିଥିବା ଜଣା ଯାଇଛି। ଖବର ନେବାରେ ଜଣl ଯାଏ ଯେ ,ଗ୍ରାମର ବାଲିଆ ବିଶ୍ୱାଳ ଙ୍କ ଅବିବାହିତl ଝିଅ ରିତା ବିଶ୍ୱାଳ (୨୯) ଆଜି ସକାଳେ ନିଜ ବାରି ପଟ କୂଅରୁ ପାଣି କାଢିବା ପାଇଁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଉ ଘରକୁ ଫେରି ନଥିଲେ।

ପରିବାର ଲୋକେ ସନ୍ଦେହ କରି ବହୁ ଖୋଜାଖୋଜି କରିବା ପରେ କୂଅରେ ନିଜ ଝିଅର ମୃତ ଦେହ ଭାସୁଥିବାର ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ସହାୟତାରେ ମୃତ ଦେହକୁ ଉଦ୍ଧାର କରାଯାଇ ଥିଲା।

ପୋଲିସ ଶବକୁ ଜବତ କରି ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ହିନ୍ଦୋଳ ଡାକ୍ତର ଖାନା ପଠାଇ ଦେଇ ଅଧିକ ତଦନ୍ତ ଜାରି ରଖିଛି। ମୃତ ଯୁବତୀ ଅବିବାହିତ ହୋଇଥିବାରୁ ଏହିଭଳି ଆକସ୍ମିକ ଘଟଣା ନେଇ ନାନା ସନ୍ଦେହ ଉପୁଜିଛି , ପୋଲିସ ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଘଟଣାର ପର୍ଦ୍ଦାଫାସ କରିବ ବୋଲି ମନେ କରାଯାଉଛି।

new life
You might also like
error: Content is protected !!