News
WhatsApp Image 2023-10-04 at 17.25.00
samparksetu

ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆସା ଉଦଘାଟିତ

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରିଡିଂ ରୁମ ଏବଂ ଆଇକ୍ୟୁଏସି ସହଯୋଗରେ ସିମ୍ପୋନିୟମ ଆସା ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ଉଦଘାଟନ କରିବ। ସହିତ ଏହାର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ ।

ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଅଧ୍ୟାପକ ଅଧ୍ୟାପିକା,ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସକାରାତ୍ମକ ପରବର୍ତ୍ତନ ଆନିବାରେ ସହାୟକ ହୋଇପାରିବ ବୋଲି କହିଥିଲେ । ଆଇକ୍ୟୁଏସି ର ମୁଖ୍ୟ ଡ.ପ୍ରଶାନ୍ତ କୁମାର ପରିଡା ଶିକ୍ଷାର ଗୁଣାତ୍ମକ ମାନ ଅଭିବୃଦ୍ଧି ଉପରେ ଓ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଦେବାଶିଷ ମହାନ୍ତି କର୍ମଶାଳାର ଉପାଦେୟତା ସମ୍ପର୍କରେ କହିଥିଲେ ।

ଆସାର ଆବାହିକା ଅଧ୍ୟାପିକା ସୁମିତ୍ରା ବେହେରା ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ବହୁମୁଖୀ ପ୍ରତିଭା ବିକଶିତ କଟିବାରେ ଏହି କର୍ମଶାଳା ର ଉପାଦେୟତା ସମ୍ପର୍କରେ କହିଥିଲେ । ପ୍ରଥମ ଅଧିବେଶନରେ ମନସ୍ତତ୍ୱ ବିଭାଗର ମୁଖ୍ୟ ଡା.ନମିତା ବେହେରା ଯୋଗଦେଇ ସୁସ୍ଥ ସମାଜ ଗଠନରେ ମାନସିକ ସ୍ୱସ୍ଥ୍ୟର ଭୂମିକା ଶିର୍ଷକ ନିବନ୍ଧ ପାଠ କରିଥିଲେ । ଏହି କର୍ମଶାଳାରେ ସ୍ମରିତା ପ୍ରଧାନନ,ସସ୍ମିତା ରାୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

new life
You might also like
error: Content is protected !!