News
WhatsApp Image 2023-10-04 at 17.25.00
samparksetu

ସହକର୍ମୀଙ୍କ ଆକ୍ରମଣରେ ଅମିନ ଗୁରୁତର

ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅନୁଗୁଳ -ସୁକିନ୍ଦା ରେଳଲାଇନ ଭୂ-ଅର୍ଜନ କାର୍ଯ୍ୟାଳୟ ପରିସରରେ ଜନୈକ ସହକର୍ମୀଙ୍କ ଆକ୍ରମଣରେ ଜାର୍ଯ୍ୟରତ ଅମିନ ଗୁରୁତର ଆହତ ହୋଇଥିବାର ଜଣା ପଡ଼ିଛି । ବୁଧବାର ଅପରାହ୍ନ ୪.୩୦ ସମୟରେ ଅନୁଗୁଳ- ସୁକିନ୍ଦା ରେଳଲାଇନ ଭୂ-ଅର୍ଜନ କର୍ଯ୍ୟାଳୟ ପରିସରରେ ଅମିନ ଅନ୍ତର୍ଯ୍ୟାମୀ ନାୟକ କମ୍ପୁଟରରେ କାର୍ଯ୍ୟକରୁଥିବା ସମୟରେ ତାଙ୍କ ସହକର୍ମୀ ଲିପୁନ ସ୍ୱାଇଁ ହଠାତ ଆସି ଅନ୍ତର୍ଯ୍ୟାମୀ ଙ୍କୁ ଚୌକି ଛାଡିବାକୁ କହିଥିଲେ ।ଅନ୍ତର୍ଯ୍ୟାମୀ ଏହି କଥାକୁ ଗ୍ରହଣ ନକରି କାର୍ଯ୍ୟ କରୁଥିବା ସମୟରେ ଲିପୁନ ସ୍ୱାଇଁ ତାଙ୍କୁ ଏକ ଲୁହା ମୁଦିରେ ମୁଣ୍ଡକୁ ଏବଂ ମୁହଁକୁ ଆକ୍ରମଣ କରିଥିଲା ।

ଏହି ଆକ୍ରମଣରେ ଅନ୍ତର୍ଯ୍ୟାମୀଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ କାର୍ଯ୍ୟାଳୟ ପରିସରରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କାର୍ଯ୍ୟାଳୟର ଜନୈକ କର୍ମଚାରୀ ଏହି ଘଟଣାକୁ ନେଇ ଟାଉନ ଥାନାକୁ ଖବର ଦେଇଥିଲେ । ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଲିପୁନକୁ ଥାନାକୁ ଆଣି ପଚରା ଉଚରା କରୁଥିବା ବେଳେ ଅନ୍ତର୍ଯ୍ୟାମୀ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

new life
You might also like
error: Content is protected !!