News
WhatsApp Image 2023-10-04 at 17.25.00
samparksetu

ମାତିଛନ୍ତି ରାଜପଥ ଲୁଟେରା ; ଡ୍ରାଇଭରଙ୍କୁ ମାଡ଼ମାରି ଲୁଟିଲେ ଟଙ୍କା ଓ ମୋବାଇଲ

ମାତିଛନ୍ତି ରାଜପଥ ଲୁଟେରା। ମଧ୍ୟରାତ୍ରୀରେ ରାଜପଥକୁ କରିଛନ୍ତି ଆଡ୍ଡାସ୍ଥଳୀ। ଟ୍ରକ ଡ୍ରାଇଭରଙ୍କୁ ମରଣାନ୍ତକ ମାଡମାରି କରୁଛନ୍ତି ଲୁଟ। ଏପରି ଘଟଣା ଦେଖିବାକୁ ମିଳିଛି ୫୩ ନଂ ଜାତୀୟ ରାଜପଥ ଭୁବନ ଅଞ୍ଚଳରେ।

ଗତକାଲି ବିଳମ୍ବିତ ରାତ୍ରୀରେ ଭୁବନ ଥାନା ରାମକୃଷ୍ଣପୁର ଛକ ନିକଟରେ ଏକ ଟ୍ରଲର ଡ୍ରାଇଭରକୁ ଲୁଟେରାମାନେ ମାଡମାରି କରିଛନ୍ତି ଲୁଟ। ଡ୍ରାଇଭର ଜଣକ ହେଲେ ଝାଡଖଣ୍ଡ ଜାମସେଦପୁରର ବବୁଲ କୁମାର। ଡ୍ରାଇଭର ଜଣଙ୍କ ରାଜପଥରେ ଚା’ ପିଇବାକୁ ଠିଆ ହୋଇଥିବା ବେଳେ ତାଙ୍କୁ ଲୁଟେରା ମାନେ ଆକ୍ରମଣ କରିଥିଲେ ।

ତିନିଜଣ ଲୁଟେରା ଡ୍ରାଇଭରକୁ କାବୁକରି ପ୍ରବଳ ମାଡମାରିବା ସହ ମୋବାଇଲ ଓ ଦୁଇ ହଜାର ଟଙ୍କା ଛଡାଇ ନେଇଥିବାବେଳେ ଉପସ୍ଥିତ ବୁଦ୍ଧି ଯୋଗୁୁଁ ଡ୍ରାଇଭର ଜଣକ ଲୁଟେରାଙ୍କ ଠାରୁ ମୁକ୍ତି ପାଇଥିଲେ। ଯାହାକି ଭୁବନ ଥାନାରେ ଡ୍ରାଇଭର ଅଭିଯୋଗ କରିଛନ୍ତି। ତେବେ ଏହାକୁ ନେଇ ଭୁବନ ପୋଲିସ ତଦନ୍ତ କରୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରଛନ୍ତି ଓଡିଶା ଡ୍ରାଇଭର ମହାସଂଘର କର୍ମକର୍ତ୍ତା ।

new life
You might also like
error: Content is protected !!