News
WhatsApp Image 2023-10-04 at 17.25.00
samparksetu

ରାଜପଥରେ ଚାଲିଗଲା ସହକାରୀ ଯନ୍ତ୍ରୀଙ୍କ ଜୀବନ !

ଢେଙ୍କାନାଳ ୫୫ନଂ ଜାତୀୟ ରାଜପଥରେ ଆଜି ଗଲା ଆଉ ଏକ ଜୀବନ l ଟ୍ରକ ଧକ୍କାରେ ଢେଙ୍କାନାଳ ଉଠା ଜଳସେଚନ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଶଶିକାନ୍ତ ପଣ୍ଡାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ ,ଶଶିକାନ୍ତ ମେରାମଣ୍ଡଳି ଉଠା ଜଳସେଚନ ସେକ୍ସନରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ କାର୍ଯ୍ୟାଳୟରୁ ବୁଲେଟ ଯୋଗେ କଣ୍ଟାନାଳୀ ବାଇପାସ ଆଡ଼କୁ ଯାଉଥିବା ବେଳେ ବାଇପାସର କିଛି ମିଟର ପୂର୍ବରୁ ଅନୁଗୁଳ ଆଡ଼କୁ ଯାଉଥିବା ଏକ ୧୦ ଚକିଆ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ଓ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ବୁଲେଟ କୁ ଜବତ କରିଛି । ଜାତୀୟ ରାଜପଥର ଅବସ୍ଥା ଅତି ଖରାପ ହେତୁ ବାରମ୍ବାର ଦୁର୍ଘଟଣା ଘଟି ଚାଲିଛି ।

new life
You might also like
error: Content is protected !!