News
WhatsApp Image 2023-10-04 at 17.25.00
samparksetu

ମହିମା ମହାବିଦ୍ୟାଳୟରେ “ଡ୍ରଗ୍ସ ର ବ୍ୟବହାର ଓ ଅପବ୍ୟବହାର ସଚେତନତା” ନେଇ ଆଲୋଚନା ଚକ୍ର

ଯୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଆନୁକଲ୍ୟରେ ଏକ ସମ୍ପାନ ” ଡ୍ରଗ୍ସ ର ବ୍ୟବହାର ଓ ଅପବ୍ୟବହାର ସଚେତନତା”(Awarness of use of Drugs and its Abuse”) ସମ୍ବନ୍ଧ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବଦ୍ଧର୍ନା ଜ୍ଞାପନ କରାଯାଇଥିଲା।

ମୁଖ୍ୟ ଅତିଥି।ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ସଦାନନ୍ଦ ମିଶ୍ର ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଭାଗୀୟ ମୁଖ୍ୟ ରତ୍ନାକର ଦାସ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହିତ ସଂପାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାଧ୍ୟାପକ ଜିତେନ୍ଦ୍ରିୟ ଶତପଥୀ, ଅଧ୍ୟାପିକା ମଧୁସ୍ମିତା ପଣ୍ଡା, ଅଧ୍ୟାପକ ଆଦିତ୍ୟ ନାରାୟଣ ବେହେରା ଓ ଡେମନଷ୍ଟ୍ରେଟର୍ ଶକ୍ତି ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ଜଣାଇବା ସହିତ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ +୩ ଦ୍ଵିତୀୟ ବର୍ଷର ଛାତ୍ର ବିଶ୍ବରଂଜନ ମଲ୍ଲିକ “ଡ୍ରଗସ ର ବ୍ୟବହାର ଓ ଅପବ୍ୟବହାର।ସଚେତନତା” (Awarness of use of Drugs and its abuse”) ସମ୍ବନ୍ଧୀୟ ସନ୍ଦର୍ଭ ପ୍ରୋଜେକ୍ଟର ମାଧ୍ୟମରେ ପାଠ କରିଥିଲେ । ସର୍ବଶେଷ ରେ ସର୍ବସମ୍ମତ ଭାବେ ମାନସିକ ଦୁଃଚିନ୍ତା ଦୂର କରିବା ପାଇଁ ଡ୍ରଗସ ର ଅପବ୍ୟବହାର ଏକ ମାଧ୍ୟମ ନୁହେଁ ବୋଲି ଏହି କାର୍ଯ୍ୟକ୍ରମ ରେ ମତପୋଷଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ଏବଂ ସର୍ବଶେଷରେ ଅଧ୍ୟାପିକା ପ୍ରେମଲତା ମଲ୍ଲ ଧନ୍ୟବାଦ ଅର୍ପଣ କରିବା ସହିତ ନୂତନ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଵଳ ଭବିଷ୍ୟତ ଏବଂ ଉନ୍ନତ୍ତି କାମନା କରିଥିଲେ ।

new life
You might also like
error: Content is protected !!