News
WhatsApp Image 2023-10-04 at 17.25.00
samparksetu

ଜାତୀୟ ଶିକ୍ଷା ଦିବସ ପାଳିତ

ଢେଙ୍କାନାଳ ୨ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅଦ୍ଯ ତା୧୧.୧୧.୨୦୨୨ ରିଖ ଶୁକ୍ରବାର ରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା।

ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ପୌରୋହିତ୍ୟ କରି ଶିକ୍ଷା ଦିବସ ରମହତ୍ତ୍ବଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରି ଶିକ୍ଷା ଆମଜୀବନ ଉପରେ ସୁପ୍ରଭାବ ପକାଇ ଥାଏଓଏହା ଦ୍ବାରା ମନ ଓ ପ୍ରାଣ ବିକଶିତ ହୋଇଥାଏ ଏବଂ ଚରିତ୍ର ଗଠନ ର ଏହା ପ୍ରଧାନ ମାଧ୍ୟମ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ।

ଶିକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୈ।ଲାନା ଆବୁଲ କାଲାମ ଆଜାଦ୍ ଙ୍କଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ। ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ଶିକ୍ଷା ଆମକୁ ଅନ୍ଧାର ରୁ ଆଲୋକ ଦେଖାଇବା ସହ ନୂତନ ପଥ ଦେଖାଇ ଥାଏ ବୋଲି କହିଥିଲେ। ଶିକ୍ଷକ ର ଭୂମିକା କିପରି ହେବା ଦରକାର ସେ ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ବହସ୍ତ ଲିଖିତ କବିତା ପାଠ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

new life
You might also like
error: Content is protected !!