News
WhatsApp Image 2023-10-04 at 17.25.00
samparksetu

ଅଗ୍ନିକାଣ୍ଡ ରେ ୫ଟି ପରିବାରର ପ୍ରାୟ ୧୦ ବଖରା ପୋଡି ନଷ୍ଟ

କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିଗୋରଡ ପଞ୍ଚାୟତର ଖଟଖୁରା ଗାଁ କଟାତଇଲା ବସ୍ତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ୫ଟି ପରିବାରର ପ୍ରାୟ ୧୦ ବଖରା ଘର ଜଳି ପାଉଁଶ ହୋଇଯାଇଛି l

ଏନେଇ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି l ଫଳରେ ପାଖାପାଖି ଥିବା ଅନ୍ୟ ଘର ଗୁଡିକ ରକ୍ଷା ପାଇଯାଇଛି l ଏହି ଅଗ୍ନିକାଣ୍ଡରେ କଟାତଇଲା ବସ୍ତିର ବିରଞ୍ଚି ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, ସନାତନ ବିଶ୍ୱାଳ, ରବି ବିଶ୍ୱାଳ, ଗାଲେଖ ବିଶ୍ୱାଳଙ୍କର ୧୦ ବଖରା ସହିତ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ନଷ୍ଟ ହୋଇଛି l

ଖବର ପାଇ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ନିର୍ଦେଶ କ୍ରମେ ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ କରୁଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ସ୍ଥାନୀୟ ସରପଞ୍ଚ ଦୀପ୍ତିମୟୀ ସାହୁ ଅଗ୍ନି ବିନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଆଶ୍ୱାସନା ଦେବା ସହିତ ସେମାନଙ୍କ ଖାଦ୍ୟ ପାନୀୟ ଓ ରହିବା ବ୍ୟବସ୍ଥା କରୁଥିବାର ଜଣାଯାଇଛି l

new life
You might also like
error: Content is protected !!