News
WhatsApp Image 2023-10-04 at 17.25.00
samparksetu

ସୈନିକଙ୍କ ପରିଚୟ ଦେଇ ସାଇବର ଠକାମୀର ନୂଆ ତରିକା, ଉପସ୍ଥିତ ବୁଦ୍ଧି ଯୋଗୁଁ ସାଇବର ଠକେଇରୁ ବର୍ତ୍ତିଲେ ହୋଟେଲ ମାଲିକ

ସୈନିକଙ୍କ ପରିଚୟ ଦେଇ ନୂଆ ତରିକା ଆପଣାଇଛନ୍ତି ସାଇବର ଠକ। ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ଠକାମୀରୁ ବର୍ତ୍ତି ଯାଇଛନ୍ତି ହୋଟେଲ ମାଲିକ।

ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନରେ। ଭୁବନ କାଳୀବଜାର ସ୍ଥିତ ହୋଟେଲ ରୟାଲ ଗାଡେନକୁ ଗତକାଲି ମଧ୍ୟାର୍ନ୍ନରେ ଖାଦ୍ୟ ଅର୍ଡର ପାଇଁ ଆସିଥିଲା ଫୋନ କଲ। ଫୋନ କଲଟି ଜଣେ ସୈନ୍ୟବାହିନୀଙ୍କ ଠାରୁ ଆସିଥିବାରୁ ଓ ଖାଦ୍ୟ ଅର୍ଡରର ପେମେଣ୍ଟ କ୍ୟାସ ଆକାରରେ ଦିଆଯିବା ଶୁଣି ହୋଟେଲ ମାଲିକ ମାନସ ସାହୁ ସହଜରେ ବିଶ୍ବାସ କରି ଖାଦ୍ୟ ପ୍ରସ୍ତୁତ କରିଥିଲେ।

କିନ୍ତୁ ଖାଦ୍ୟ ପ୍ରସ୍ତୁତି ପରେ ଅନ୍ୟଜଣେ ସୈନ୍ୟ ବିଭାଗ ଅଧିକାରୀ ଫୋନପେ ମାଧ୍ୟମରେ ଟଙ୍କା ପେମେଣ୍ଟ ହବବୋଲି ଦର୍ଶାଇ ଲୋଟେଲ ମାଲିକର ବ୍ୟାଙ୍କ ବାଲାନ୍ସ ଯାଣିବା ପାଇଁ ଚେଷ୍ଟାକରିଥିଲେ। ତେବେ ଉପସ୍ଥିତ ବୁଦ୍ଧି ଖର୍ଚ୍ଚକରି ହୋଟେଲ ମାଲିକ ନିଜ ବ୍ୟାଙ୍କ ବାଲାନ୍ସ ସମ୍ପର୍କରେ ନଜଣାଇବାରୁ ସେ ସାଇବର ଠକାମୀଳୁ ଅଳ୍ପକେ ବର୍ତ୍ତିଯାଇଥିଲେ।

ତେବେ ସାଧାରଣତ ଦେଶବାସୀ ସୈନ୍ୟବାହିନୀଙ୍କୁ ଉଚ୍ଚ ସମ୍ମାନ ଦେବା ସହିତ ଦୃଢ ବିଶ୍ବାସ କରୁଥିବା ବେଳେ ସୈନ୍ୟବାହିନୀଙ୍କ ଫଟୋ ମୋବାଇଲ ଡିପିରେ ରଖି ସାଇବର ଠକାମୀ ପାଇଁ ଉଦ୍ୟମ ହୋଇଥିବାରୁ ଏହା ନିହାତି ପକ୍ଷେ ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବି ହୋଇଛି।

new life
You might also like
error: Content is protected !!