News
WhatsApp Image 2023-10-04 at 17.25.00
samparksetu

“ନଦୀ”

କଳ କଳ ନାଦେ ସୁନ୍ଦର ସବଦେ
ନାଚି ନାଚି ଚାଲେ ସିଏ
ଅଙ୍କା ବଙ୍କା ତାର ଦେଖି କଳେବର
ମନଟି ଆନନ୍ଦ ଦିଏ l
ଶୁଭ୍ର ଜଳ ଧରା ବହି ଯାଏ ପରା
ସାଗରେ ମିଶିବା ପାଇଁ
ନଦୀ ନାମ ତାର ସଭିଙ୍କ ଆଦର
ଅଟେ ସେ ମଙ୍ଗଳମଇ l

ଚାଷ କାମ ହୁଏ ଜଳ ସେ ଯୋଗାଏ
ବିଦ୍ୟୁତ ଉତ୍ପନ୍ନ କରେ
କଳ କାରଖାନା ଗଢି ଉଠେ ସିନା
ନଦୀ ଥିଲେ ସମୀପରେ l

ପାନୀୟ ଜଳର ନ ଥାଏ ଯେ ଡର
ନଦୀ ରହିଥିବା ପାଇଁ
ଶିଳ୍ପ ସମୃଦ୍ଧିର ଭୂମିକା ତାହାର
ସଭିଙ୍କୁ ଜଣା ଅଟଇ l
ଗଙ୍ଗା ଗୋଦାବରୀ କୃଷ୍ନା ଓ କାବେରୀ
ଦେଶର ପ୍ରଧାନ ନଦୀ
ମହାନଦୀ ବ୍ରାହ୍ମଣୀ ଓ ବୈତରଣୀ
ଓଡିଶାରେ ବହେ ଆଦି l

ମାଛ ଚାଷ ହୁଏ କୃଷିକୁ ବଂଚାଏ
ତା ଲାଗି ବଂଚିଛି ଜୀବ
ନଦୀ ବିନା ନାହିଁ ଜୀବନରେ ଭାଇ
ତା ଲାଗି ସବୁ ସମ୍ଭବ l
ନଦୀ ଉପକୂଳେ ପରିବା ଯେ ଫଳେ
ଚାଷୀ ଭାଇ ମନ ଖୁସି
ନଦନଦୀ କୂଳେ ବସତି ରହିଲେ
ବଂଚିବୁ ତୁ ହସି ହସି l
ଜଳଚର ଜୀବ ଘର ସିଏ ଭାବ
ନଉକା ବିହାର ହୁଏ
ବାଲୁକା ମିଳଇ ନଦୀ ବକ୍ଷୁ ପ୍ରାୟ
ଉପକାରୀ ବନ୍ଧୁ ଟିଏ l

ବର୍ଷା ଜଳ ଯେତେ ମିଶେ ତାର ସାଥେ
ବନ୍ୟାକୁ ସାମନା କରେ
ଅତି ଉପକାରୀ ନଦୀଟି ଆମରି
ବହୁଛି ପୃଥିବୀ ପରେ l
ନଦୀର ସୁରକ୍ଷା ପରିବେଶ ରକ୍ଷା
ହେଉ ସଭିଙ୍କର ପଣ
ନଦୀଟି ରହିଲେ ଜୀବନ ରହିବ
ଏ କଥା ରଖିଥା ମନ l

✍ସରୋଜ ସାହୁ

new life
You might also like
error: Content is protected !!