News
WhatsApp Image 2023-10-04 at 17.25.00
samparksetu

ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଚାଲାଣ

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ କେତେକ ଦଲାଲ ବିବାହର ରତିଶୃତି ଦେଇ ମହିଳାମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରିଥିବାର ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲା ମହିଳା କଂଗ୍ରାସର ଏକ କମିଟି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଏହା ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସଦର ବ୍ଳକ୍ ଅନ୍ତର୍ଗତ ୫ବର୍ଷ ତଳେ ଜୈନିକ ମହିଳାଙ୍କ ଝିଅ ଓ ଝିଆରୀ ଏବଂ ତାଙ୍କୁ ମଧ୍ୟପ୍ରଦେଶ ଚାଲାଣ କରାଯାଇଥିଲା ।ସେମାନେ ମଧ୍ୟପ୍ରଦେଶର ଖତରି ଗାଁର ବାସୁଆ ଭ୍ରମରୀ ବଜାରର ଥାନା ସାଗର ଠାରେ ରହିଛନ୍ତି ବୋଲୁ ଫୋନ ଯୋଗେ ଜଣାଇଛନ୍ତି ।

ସୁରେଶ ଯାଦବ ଓ ମିକେଶ ଯାଦବ ନାମକ ୨ଅଭିଯୁକ୍ତ ଏହି ମହିଳା ୨ଜଣଙ୍କୁ ରଖି ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ହୋଇଛି ।ସେଠାରେ ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସହ ଯୌନ ନିର୍ଯ୍ୟାତନା ଦେଉଥିବାର ଦୃଷ୍ଟି ଆକର୍ଷଣ କରାଯାଇଛି ।

ଏହି ଘଟଣାକୁ ପ୍ରାଧାନ୍ୟ ଦେଇ ଏଥିପ୍ରତି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରତିଶ୍ରୁତି ଦେଇଛନ୍ତି ।ତେବେ ସଦର ପୋଲିସ ଗତ କିଛି ଦିନ ତଳେ ୨ଜଣ ମହିଳାଙ୍କୁ ରାଜ୍ୟ ବାହାରୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିବାର ଜଣାପଡ଼ିଛି ।

new life
You might also like
error: Content is protected !!