News
WhatsApp Image 2023-10-04 at 17.25.00
samparksetu

ଗୋହିରା ଅଣ୍ଡର ଗ୍ରାଉଣ୍ଡ ବୋରିଂ କାମ ବନ୍ଦ , ଶ୍ରମିକ ପାଇନାହାନ୍ତି ପାରିଶ୍ରମିକ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଜୟପୁର ଠାରେ ନିର୍ମାଣାଧିନ ଗ୍ୟାସ ପାଇପ ଲାଇନର ଗୋହିରା ଅଣ୍ଡର ଗ୍ରାଉଣ୍ଡ ବୋରିଂ (ଟନେଲ)କାମ ବନ୍ଦ। ଠିକାଦାର ଟଙ୍କା ପାଇନଥିବାରୁ ଶ୍ରମିକମାନେ ମଧ୍ୟ ପାଇ ନାହାନ୍ତି ପାରିଶ୍ରମିକ। ଘଟଣାରୁ ପ୍ରକାଶ ଗେଲ ଇଣ୍ଡିଆ ପକ୍ଷରୁ ୨୦୧୮ ମସିହାରୁ ଗ୍ୟାସ ପାଇପ ଲାଇନ ବିଛାଯିବା ପାଇଁ ଯୋଜନା ହୋଇ କାଯ୍ୟକାରୀ କରାଯାଇଛି ।

ତେବେ ଗୋହିରା ନଦୀର ଉଭୟ ପାର୍ଶ୍ୱରେ ପାଇପ ଲାଇନ ବିଛାଯାଇଥିବା ବେଳେ ନଦୀର ତଳେ ଅଣ୍ଡର ଗ୍ରାଉଣ୍ଡ ବୋରିଂ (ଟନେଲ) କରିବାକୁ ଟରୋଣ୍ଟ ପ୍ରୋଜେକଟ କୁ କାମ ଦିଆଯାଇଥିଲା । ଟରୋଣ୍ଟ କମ୍ପାନୀକୁ ମେ ମାସ ପଚିଶ ତାରିଖରୁ କାମ ଆରମ୍ଭ କରି ଜାନୁଆରୀ ସୁଦ୍ଧା କାମ ଶେଷ କରିବାକୁ ସମୟ ମଧ୍ୟ ଦିଆଯାଇଥିଲା ।

କିନ୍ତୁ ଏହି ଅଞ୍ଚଳରେ ଚାଷୀମାନଙ୍କୁ ଚାଷଜମିର କ୍ଷତି ପୂରଣ ନମିଳିଥିବାରୁ ଚାଷୀ କାମ ବନ୍ଦ କରିଦେଇଥିଲେ। ଫଳରେ ବହୁଚାଷୀ ଙ୍କ ସମସ୍ୟା ସମାଧାନ କରାଯାଇ ବିଳମ୍ବରେ ଟନେଲ କାମ ଆରମ୍ଭ ହୋଇଥିଲା । ତେବେ ବର୍ତ୍ତମାନ ଶତକଡା ୭୦ ଭାଗ କାମ ସରିଯିଇଥିବା ବେଳେ କୌଣସି କାରଣ ନ ଦର୍ଶାଇ ନଭେମ୍ବର ପାଞ୍ଚରୁ ଗେଲଇଣ୍ଡିଆ ପକ୍ଷରୁ ଟରୋଣ୍ଟ ଦ୍ୱାରା ହେଉଥିବା କାମ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। କମ୍ପାନୀ ପକ୍ଷରୁ ଚୂଡାନ୍ତ ରିପୋର୍ଟ ଓ ତଦାରଖ ସଂପର୍କିତ କାଗଜାତ ମଧ୍ୟ ହସ୍ତାନ୍ତର କରାଯାଉ ନାହିଁ।

ଆଠ କୋଟି ଟଙ୍କା ବ୍ୟୟରେ ୪୪୦ ମିଟର ପ୍ରକଳ୍ପର ଶତକଡା ୭୦ ଭାଗ କାମ ଶେଷ ହୋଇଥିଲେ ମଧ୍ୟ ଟରୋଣ୍ଟ କମ୍ପାନୀ ଟଙ୍କାଟିଏ ପେମେଣ୍ଟ ପାଇନଥିବା ଅଭିଯୋଗ କରୁଛି। ଏନେଇ କଂପାନୀ ପକ୍ଷରୁ ଆଇନି ଆଶ୍ରୟ ନିଆଯିବ ବୋଲି ଟରୋଣ୍ଟ ପ୍ରୋଜେକ୍ଟର ପରିଚାଳକ ଜିତେନ୍ଦ୍ର ଶୁକ୍ଲା ,ଶ୍ରମିକ ମାନଙ୍କ ଦରମା ଦେଇ ପାରିନଥିବା ରୁ ବିହାର ରୁ ଆସିଥିବା ୧୨ଜଣ ଶ୍ରମିକ ୩ ମାସର ଦରମା ପାଇପାରିନାହାନ୍ତି ବୋଲି କୁହନ୍ତି ଶ୍ରମିକ ।

ଟରୋଣ୍ଟ କମ୍ପାନୀରେ ତିନୋଟି ଏକ୍ସାଭେଟର କାମରେ ଲଗାଇ ପାଖାପାଖି କୋଡିଏ ଲକ୍ଷ ଟଙ୍କା ନପାଇ ଲେବର କୋର୍ଟ ର ଆଶ୍ରୟ ନେବେ ବୋଲି କହନ୍ତି ଅନଗୁଳ ର ରଣଜିତ ଗଡ଼ନାୟକ। ଗ୍ୟାସ ଲାଇନ ବିଛାଇବା କାମ ରେ ଲାଗିଥିବା ଅନ୍ୟ ଏକ କଂପାନୀ ର ମେସିନ ଗୋହିରା ନାଳରେ ବୁଧବାର ପୂର୍ବାହ୍ନ ରେ ଅଧା ବୁଡ଼ି ଯାଇଥିବା ଦେଖାଯାଇଛି ।

new life
You might also like
error: Content is protected !!