News
WhatsApp Image 2023-10-04 at 17.25.00
samparksetu

ଜଗବନ୍ଧୁ କ୍ରସରକୁ ବନ୍ଦ କରିବା ଦାବିରେ ଗଣ ଧାରଣା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଥାନା ଅଧିନସ୍ଥ ନିହଲପ୍ରସାଦ ର ନୂଆକଷ୍ଟିପାଳ ଓ ବେଗା ଗ୍ରାମ ପଞ୍ଚାୟତ ର ଶ୍ରୀମନ୍ତପୁରକୁ ଲାଗି ରହିଥିବା ଜଗବନ୍ଧୁ ଏଣ୍ଟରପ୍ରାଇଜେସ୍ ମେଘା କ୍ରସରକୁ ବିରୋଧ କରି ପୂର୍ବତନ ସରପଂଚ ପ୍ରଦିପ କୁମାର ଦାସ ଙ୍କ ନେତୃତ୍ବରେ ଶତାଧିକ ଗ୍ରାମବାସୀ ଗଁଦିଆ ପେଟ୍ରୋଲ ପମ୍ପ ଠାରୁ ଏକ ବିଶାଳ ରାଲିରେ ବାହାରି ଗଁଦିଆ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ରେ ବସିବା ସହିତ,ମେଘା କ୍ରସର କ୍ବାରୀ ଖନନ ଯୋଗୁଁ କେନ୍ଦ୍ରସରକାରଙ୍କ ବିଛାଯାଇଥିବା ଗେଲେ ଇଣ୍ଡିଆ ଗ୍ୟାସ୍ ପାଇପ୍ ଲାଇନ୍ ସମେତ ଦୁଇ ପଞ୍ଚାୟତର ନିର୍ଧାରିତ ସ୍ଥାନରେ ବାସ କରୁଥିବା ଜନଜାତି ଓ ସବର ସମ୍ପ୍ରଦାୟର ସମେତ ଦସମାଣ ପଞ୍ଚାୟତର ବେଲମାଳିଆ ଗ୍ରାମବାସୀ ମାନେ ମଧ୍ୟ ଜିବନ ଜୀବିକା ପାଇଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।

ତତ୍ ସହିତ ଦିନରାତି ମେଘା କ୍ରସର ଏବଂ ବିସ୍ଫୋରଣ ଦ୍ଵାରା ସୃଷ୍ଟି ହେଉଥିବା ଧୂଳି ଧୂଆଁ ଓ କମ୍ପନ ପାଇଁ ବିଦ୍ୟାଳୟରେ ପିଲାମାନଙ୍କର ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ।
ଗୋରୁଗାଈ ଜୀବଜନ୍ତୁ ପାନୀୟ ଜଳ ସହିତ ଖାଇବା ପିଇବା ଓ ବାସଗୃହ ଭାଙ୍ଗିଯାଇଥିବା ସମ୍ବନ୍ଧରେ ଧାରଣା ରତ ପୂର୍ବତନ ସରପଂଚ ପ୍ରଦିପ କୁମାର ଦାସ ଭାସଣ ମାଧ୍ୟମରେ ସରକାର ଓ ଗଣମାଧ୍ୟମଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ନୂଆକଷ୍ଟିପାଳ ଓ ଶ୍ରୀମନ୍ତପୁର ର ପୁରୁଷ ଓ ମହିଳାମାନେ ଦୁଃଖର ସହିତ ନିଜ ନିଜର କ୍ଷୋଭପ୍ରକାଶ କରିଥିଲେ l

କ୍ରସର କ୍ୱାରୀ ସମ୍ପୁର୍ଣ୍ଣ ବନ୍ଦ ହେବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ସୁଚନା ଦେଇଥିଲେ। ନିହଲପ୍ରସାଦ ଏବଂ ଗଁଦିଆ ଥାନା ଅଧିକାରୀ ଙ୍କ ସହିତ ଗଁଦିଆ ତହସିଲଦାର ଭଜନାନନ୍ଦ ସାହୁ ଓ ଅତିରିକ୍ତ ତହସିଲଦାର ଗୀତୁ ବେହେରା ଆନ୍ଦୋଳନ କାରିଙ୍କ ନିକଟରେ ପହଞ୍ଚି ଆସନ୍ତାକାଲି 19/11/2022 ରିଖ ରେ ଜଗବନ୍ଧୁ ଏଣ୍ଟରପ୍ରାଇଜେସ୍ ମେଘା କ୍ରସର କ୍ବାରୀ କୁ ନିରପେକ୍ଷ ତଦନ୍ତ କରି ଉଭୟ ପଞ୍ଚାୟତର ଆନ୍ଦୋଳନ ରତ ଜନଜାତି ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେବା ସହିତ ଆନ୍ଦୋଳନ କୁ ସ୍ଥଗିତ ରଖିବାକୁ ନିବେଦନ କରିଥିଲେ। ଆସନ୍ତାକାଲି ର ତଦନ୍ତ ତଦନ୍ତ ସଠିକ ମାର୍ଗରେ ଆରମ୍ଭ ନ ହେଲେ ଆସନ୍ତା ସୋମବାର ଠାରୁ ଏହି ଆନ୍ଦୋଳନ ପୂନର୍ବାର ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି।

new life
You might also like
error: Content is protected !!