News
WhatsApp Image 2023-10-04 at 17.25.00
samparksetu

ଶିକ୍ଷକ ମହାସଙ୍ଘର ବିଶାଳ ଶୋଭାଯାତ୍ରା, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଦାବି

ଢେଙ୍କାନାଳ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ସରକାରଙ୍କ ତରଫରୁ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ସହିତ ତିନିଦଫା ଦାବିପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ନୂତନ ପେନସନ ଯୋଜନା ଭୁକ୍ତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ନିରାକାର ବେହେରା,ସମ୍ପାଦକ ପ୍ରଶାନ୍ତ କୁମାର ନାଥ ଙ୍କ ଉପସ୍ଥିତି ରେ ଏହି ଶୋଭାଯତ୍ରା ସହର ପରିକ୍ରମା କରିଥିଲା । ପରେ ଜିଲ୍ଲା ପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଗତ ଅକ୍ଟୋବର ୧୬ ତାରିଖରେ ସରକାରଙ୍କ ତରଫରୁ ପ୍ରକାଶ ପାଇଥିବା ଗେଜେଟ ନୋଟିଫିକେସନ ୨୯୦୭୬ର ସୁବିଧା ସୁଯୋଗକୁ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ମାନଙ୍କ କ୍ଷେତ୍ରରେ ଲାଗୁ କରିବା।,ଅବିକଳ କେନ୍ଦ୍ରୀୟ ହାରରେ ୩୪ ହଜାର ୫ଶହ ଟଙ୍କା ପ୍ରଦାନ କରିବା,ପୁରାତନ ପେନସନ ବ୍ୟବସ୍ଥା ଲାଗୁ କରିବା ଭଳି ତିନି ଦଫା ଦାବି ନେଇ ଆନ୍ଦୋଳନ କରାଯାଇଥିଲା ।

ସରକାର ଏହି ତିନୋଟି ଦାବିକୁ ତୁରନ୍ତ ପୂରଣ କରିବା ପାଇଁ ସଂଘ ତରଫରୁ ଦାବି କରାଯିବା ପାଇଁ ନିବେଦନ କରାଯାଇଛି । ସଙ୍ଘ
ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

new life
You might also like
error: Content is protected !!