News
WhatsApp Image 2023-10-04 at 17.25.00
samparksetu

ଭଙ୍ଗାମାଳ ଗାଁ ରେ ଗୋଷ୍ଠୀ ସଂଘର୍ଷ ; ହଣାକଟା ରେ ୩ଗୁରୁତର

ଢେଙ୍କାନାଳ ସଦର ଥାନା ଭଙ୍ଗାମାଳ ଗ୍ରାମରେ ଗାଁ ରାସ୍ତାକୁ ନେଇ ଗଷ୍ଠୀ ସଂଘର୍ଷ ଘଟିଛି । ଏ ଘଟଣା ରେ ୩ଗୁରୁତର ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ , ଗ୍ରାମର ଏକ ରାସ୍ତାକାମ କରାଯାଉଛି, ସେହି ରାସ୍ତାରେ ଗ୍ରାମର କିଛି ଲୋକଙ୍କର ନିଜସ୍ଵ ଜମି ଯାଉଥିବାରୁ ପୂର୍ବରୁ ସେମାନେ ବିରୋଧ କରିଆସୁଥିଲେ। ଆଜି ରାସ୍ତାକାମ ଚାଲିଥିବା ବେଳେ ବିରୋଧ ହେବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ଏବଂ ଜମି ହରାଇଥିବା ୨ ଗୋଷ୍ଠୀ ଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷର ଲୋକେ ଖଣ୍ଡା ଓ ଫାର୍ସାରେ ଆକ୍ରମଣ କରିଥିଲେ । ଯେଉଁଥିରେ ଜମି ହରାଇଥିବା ୩ ଜଣ ଗୁରୁତର ହୋଇଛନ୍ତି।

ଗୁରୁତର ମାନେ ହେଲେ ,ଭଙ୍ଗାମାଳ ଗ୍ରାମର ୨ଭାଇ ପ୍ରତାପ ରାଉତ ଓ ପ୍ରଶାନ୍ତ ରାଉତ ଏବଂ ତାଙ୍କ ଜ୍ବାଇଁ କମିନିଙ୍ଗ ଗ୍ରାମର ଶେଷଦେବ ରାଉତ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ସ୍ଥିତି ଆୟତ୍ତ କରିଛି ।

new life
You might also like
error: Content is protected !!