News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ ପାଚେରୀ ନିକଟ ଗୁଳିକାଣ୍ଡ ଘଟଣା ର ପର୍ଦ୍ଦାଫାଶ ; ସ୍ଵାମୀର ହତ୍ୟା ପାଇଁ ସ୍ତ୍ରୀ କରିଥିଲା ଯୋଜନା

ଢେଙ୍କାନାଲ ଟାଟା ଷ୍ଟିଲ ପାଚେରୀ ପାଖ ଗୁଳିକାଣ୍ଡ ଘଟଣାର ପୁଲିସ କଲା ପ୍ରରଦାଫାସ, ଭିଣୋଇ ସହ ଅନୈତିକ ସମ୍ପର୍କରୁ ଯୋଜନାବଦ୍ଧ ଭାବେ ସ୍ୱାମୀକୁ ହତ୍ୟା କରେଇଲା ସ୍ତ୍ରୀ ।

ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଭିଣୋଇ ସହ ମିଶି କରିଥିଲା ହତ୍ୟା ଉଦ୍ୟମର ସୁପର ପ୍ଲାନ । ଫଳରେ ସ୍ୱାମୀ ଗୁଳିମାଡରେ ଗୁରୁତର ହୋଇ କଟକରେ ସଂଜ୍ଞାହିଁନ ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଘଟଣାର ଷଡଯନ୍ତ୍ର କାରୀ ପତ୍ନୀ ଥାନାରେ ଅଭିଯୋଗ କରି ଅତି ଚତୁରତାର ସହ ଖସି ଯିବାକୁ ଚଳାଇଥିଲା ଅପାଚେଷ୍ଠା।

ମାତ୍ର ପତ୍ନୀକୁ ଘାରିଥିବା ଭିଣୋଇ ପ୍ରେମ ଏହି ଗୁଳିକାଣ୍ଡ ର ଗୁମର ଖୋଲିଦେଇଛି । ମୋବାଇଲରେ ଭିଣୋଇ ସହ କଥାର କଲ ରେକର୍ଡ ଖୋଲି ଦେଇଛି ଗୁଳିକଣ୍ଡ ଗୁମର।

ସୂଚନା ଅନୁଯାୟୀ , ଗତ ୧୪ତାରିଖ ସ୍ପଷ୍ଟ ଦିବାଲୋକ ରେ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟା ଷ୍ଟିଲ କାରଖାନାର ପଶ୍ଚିମ ପଟ ପାଚେରୀ ନିକଟସ୍ଥ ତାଳ ବାହାଳୀ ଗ୍ରାମ ନିକଟରେ ଘଟିଥିଲା ଗୁଳିକାଣ୍ଡ । ଟାଟା କାରଖାନାରେ ଏକ ଠିକସଂସ୍ଥା ଅଧୀନରେ କାମ କରୁଥିବା ବିହାର ଅଂଚଳର ରବି କୁମାର ନାମକ ଜଣେ କ୍ରେନ ଅପରେଟରଙ୍କୁ ଅତି ନିକଟରୁ ଗୁଳିମାଡ଼ କରି ହତ୍ୟା ଉଦ୍ୟମ କରାଯାଇଥିଲା ।

ତାଙ୍କ ତାଳୁରେ ଗୁଳି ବାଜିଥିବା ସହ ସେ ଏବେ ସଙ୍କଟାପନ୍ନ ଓ ସଂଜ୍ଞାହିଁନ ଅବସ୍ଥାରେ କଟକରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡିଛି। ଏହି ଘଟଣାରେ ରବି କୁମାରଙ୍କ ପତ୍ନୀ ଶ୍ୱେତା ଦେବୀ କଣ୍ଟାବଣିଆ ଥାନାରେ ଅଭିଯୋଗକୁ ଆଧାର କରି ପୁଲିସ ଛାନ ଭିନ ଆରମ୍ଭ କରିଥିଲା ।

ମାତ୍ର ଏହି ଗୁଳିକାଣ୍ଡ ଘଟଣାର ଖୋଦ ରବି କୁମାରଙ୍କ ପତ୍ନୀ ମାଷ୍ଟମ ମାଇଣ୍ଡ ବୋଲି ପୁଲିସ ତଦନ୍ତରୁ ଜାଣିପାରିଥିଲା । ଆଉ ଶ୍ୱେତା ତାର ଭିଣୋଇ ରାହୁଲ କୁମାର ସହ ଅନୈତିକ ସମ୍ପର୍କ ଥିବା ସହ ମୋବାଇଲ କଲ ରେକର୍ଡ଼ ଯାଞ୍ଚରୁ ଉଭୟଙ୍କ ପ୍ରେମ ସମ୍ପର୍କ ହିଁ ଗୁଳିକାଣ୍ଡର ପ୍ରକୃତ ଗୁମର ଖୋଲି ଦେଇଛି ।

ଫଳରେ ପୁଲିସ ଗୁଳିକାଣ୍ଡର ଶିକାର ରବିକୁମାରଙ୍କ ପତ୍ନୀ ଶ୍ୱେତା ଦେବୀ ,ତାଙ୍କ ଭିଣୋଇ ରାହୁଲ କୁମାର ଓ ତାଙ୍କୁ ସହଯୋଗ କରିଥିବା ଗୌତମ କୁମାର ଏପରି ୩ଜଣଙ୍କୁ ଗିରଫ କରିଛି । ସମସ୍ତଙ୍କ ଘର ବିହାର ଅଂଚଳରେ । ଏମାନେ ସମସ୍ତେ ଟାଟା କାରଖାନାରେ ଏକ ଠିକା ସଂସ୍ଥାର କର୍ମଚାରୀ ଓ ତାଳ ବାହାଳୀ ଗ୍ରାମରେ ରହୁଥିଲେ ।

ଶ୍ୱେତାଙ୍କ ସହ ତାଙ୍କ ଭିଣୋଇ ରାହୁଲ କୁମାରର ପ୍ରେମ ଓ ଅନୈତିକ ସମ୍ପର୍କ ହିଁ ଏହି ଗୁଳିକାଣ୍ଡର କାରଣ ବୋଲି ଜଣାପଡିଛି। ଯେହେତୁ ଏହି ପ୍ରେମ ସମ୍ପର୍କ ଜାଣିପାରି ରବି କୁମାର ନିଜ ପତ୍ନୀକୁ ତାଗିଦ କରୁଥିଲେ । ଫଳରେ ସ୍ୱାମୀଙ୍କୁ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇ ନିଜର ଭିଣୋଇ ପ୍ରେମକୁ ମଜଭୁତ କରିବାକୁ ଏପରି ହତ୍ୟା ଉଦ୍ୟମ ରଚିଥିବା ପୁଲିସ ତଦନ୍ତରୁ ଜଣାପଡିଛି।

ଘଟଣା ଦିନ ରବି କୁମାର କାରଖାନାରୁ କାମ ସାରି ଘରକୁ ଚାଲି ଚାଲି ଯାଉଥିବା ବେଳେ ରାହୁଲ କୁମାର ଅତି ନିକଟରୁ ଗୁଳିକରିଥିବା ପୁଲିସ ତଦନ୍ତରୁ ଜଣାପଡିଛି । ଏ ସମ୍ପର୍କରେ ଆଜି ଢେଙ୍କାନାଲ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକ ପ୍ରେସ ମିଟରେ ଗୁଳିକାଣ୍ଡର ରହସ୍ୟ ସମ୍ପର୍କରରେ ପ୍ରକାଶ କରିଛନ୍ତି।

new life
You might also like
error: Content is protected !!