News
WhatsApp Image 2023-10-04 at 17.25.00
samparksetu

ମାତୃଭାଷା

✍️ ସୁଶ୍ରୀ ସଙ୍ଗୀତା ସେଠୀ
         
         

      ଓଡ଼ିଆ କହିବାକୁ କରୁ ତୁ କୁଣ୍ଠା ବୋଧ ଆଜି
      କାହିଁକି ଏ ରୋଷ ତୋର ମାତୃଭାଷା ପ୍ରତି ?
      ଓଡ଼ିଆ ହେଇ ତୁ ଯେ କହୁ ଅନ୍ୟ ଭାଷା 
      କାହିଁକି ଭୁଲିଯାଉ ନିଜ ମାତୃଭାଷା ପ୍ରୀତି? 

      ଏ ମାଟି, ଏ ଭାଷା ପାଇଁ କେତେ ଯେ ବଳିଦାନ 
      ଯାଉଛୁ କିରେ ତୁ ଧୀରେ ଧୀରେ ପାସୋରି ? 
      ନିଜ ସଂସ୍କୃତି ଭୁଲି ଅନ୍ୟକୁ ଆପଣାଇ 
      କେହି ପାରିନି ଯଶ କୀର୍ତ୍ତି ଅର୍ଜନ କରି।  

      ଏ ଭାଷା ଯେ ଆମ ମଥାର ବିଜୟ ତିଳକ 
      ଏ ପାଣି , ପବନ ପରିଚୟ ପରା ଓଡ଼ିଆର, 
      ଓଡ଼ିଆ କହିଲେ ଓଡ଼ିଆ ପଢ଼ିଲେ ବଢ଼ିବ 
      ସିନା ଗୌରବ ଆମ ମାତୃଭାଷାର ! 

         ଏ ମାଟିର ପୁଅ ମଧୁ ବାରିଷ୍ଟର
             ଗୋପବନ୍ଧୁ ଦାସ
        ଫକୀର ମୋହନ ସେନାପତି ଆଦି 
         ଓଡ଼ିଆ ଭାଷାକୁ କରି ନିଜ ଅଳଙ୍କାର 
           ରଚିଲେ ଇତିହାସ ସାଜି 
           ଓଡ଼ିଶା ସୁପୁତ୍ର, ଗୁଣନିଧି। 
            
               
              ଯେତିକି କହିଲୁ 
          ଯେତିକି ବୁଝିଲୁ ସେତିକି ଥାଉ 
           ଏବେ ଚାଲେରେ ବଢ଼ାଇବା 
            ନିଜ ମାତୃଭାଷାର ଟେକ
         କହିବା ଓଡ଼ିଆ ଆମେ ଭାରି ବଢ଼ିଆ 
           ଏ ଜଗନ୍ନାଥ ଦେଶ "ଓଡ଼ିଆ" 
              ଏ ମାଟିର ପ୍ରତୀକ।  
              
       

       

  

         

          

          

                    
                               

new life
You might also like
error: Content is protected !!