News
WhatsApp Image 2023-10-04 at 17.25.00
samparksetu

ଅଜଣା ଗାଡ଼ି ଧକ୍କା ରେ ବାଇକ ଆରୋହୀଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର -କଙ୍କଡ଼ାହାଡ଼ ପୂର୍ତ୍ତ ବିଭାଗ ରାସ୍ତା ବାଙ୍କ ମଞ୍ଜରୀ ନିକଟରେ ରେ ଏକ ଅଜଣା ଗାଡ଼ି ଧକ୍କା ରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି |ମୃତକ ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଥାନା ପୁରୁଣା ରେକୁଳା ଗ୍ରାମର ସଞ୍ଜୟ ଖୁଣ୍ଟିଆ ।

ସଞ୍ଜୟ ନିଜ ବାଇକ ରେ ମଙ୍ଗଳବାର ସନ୍ଧ୍ୟାରେ କଙ୍କଡାହାଡ ରୁ କାମାକ୍ଷାନଗର ଫେରୁଥିବା ବେଳେ, ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ବାଙ୍କ ମଞ୍ଜରୀ ନିକଟରେ ଏକ ଅଜଣା କାର ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା ।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ,ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେବା ସହ, କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିବା ବେଳେ,ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ।

ତେବେ କାମାକ୍ଷା ନଗର ଏସଡିପିଓ ଓ କଙ୍କଡ଼ାହାଡ଼ ଆଇଆଇସି ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ, ରେଡ଼କ୍ରସ ପାଣ୍ଠି ରୁ ମୃତକଙ୍କ ପରିବାର ପ୍ରାରମ୍ଭିକ କ୍ଷତିପୂରଣ ଦେବକୁ ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା ।

new life
You might also like
error: Content is protected !!