News
WhatsApp Image 2023-10-04 at 17.25.00
samparksetu

ବାଛନ୍ଦ ଅଭିଯୋଗ ବିରୁଦ୍ଧରେ ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରୁ ବାଛନ୍ଦ ଅଭିଯୋଗ କୁ ଖଣ୍ଡନ କରି ମହିଳା ଙ୍କ ବିରୁଦ୍ଧରେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଖବରରୁ ପ୍ରକାଶ ଯେ , ହିନ୍ଦୋଳ ଏନ ଏ ସି ୱାର୍ଡ ନଂ -୧୫ ଶିଙ୍କୋଳ ଗ୍ରାମର ବାସିନ୍ଦା ପ୍ରଭାସିନୀ ବିଶ୍ୱାଳଙ୍କ ସ୍ୱାମୀ ଦୀର୍ଘଦିନ ତଳେ ମୃତ୍ୟୁବରଣ କରିଥିବା ବେଳେ ପ୍ରଭାସିନୀ ନିଜର ଦୁଇ ଝିଅଙ୍କ ସହ ଶିଙ୍କୋଳ ଗ୍ରାମରେ ବସବାସ କରନ୍ତି ।

କିଛିଦିନ ତଳେ ପ୍ରଭାସିନୀ ଅଭିଯୋଗ କରିଥିଲେ ଗ୍ରାମବାସୀ ତାଙ୍କୁ ଗ୍ରାମରୁ ବାଛନ୍ଦ କରିଛନ୍ତି, ଏସମ୍ପର୍କରେ କିଛି ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ ହୋଇଥିଲା । ତେବେଗ୍ରାମବାସୀ ଆଜି ଏହାକୁ ଖଣ୍ଡନ କରିବା ସହ ୱାର୍ଡ କାଉନସିଲର ରମେଶ ସାହୁଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ମାତ୍ର ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ସହକାରୀ ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ଦେଇଛନ୍ତି ।

ଗ୍ରାମବାସୀ ଦର୍ଶାଇଛନ୍ତି ଯେ ପ୍ରଭାସିନୀ ଗ୍ରାମ ନୀତିନିୟମ ନମାନି ଗ୍ରାମବାସୀଙ୍କୁ କେଶ ଭୟ ଦେଖାଇ ଡରାଇ ରଖିଛନ୍ତି ଏବଂ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, ଗ୍ରାମବାସୀ ବୁଝାଇଲେ କିଛି ନବୁଝି ଗାଳି ଗୁଲଜ କରୁଛନ୍ତି । ଗ୍ରାମବାସୀ କହିଛନ୍ତି ଯେ ପ୍ରଭାସିନୀ ଙ୍କୁ କୌଣସି ବାଛନ୍ଦ କରାଯାଇ ନାହିଁ ବରଂ ସେ ଗ୍ରାମର ସମସ୍ତ ଘରକୁ ଯାଉଛନ୍ତି, ଗ୍ରାମ ପୋଖରୀ, ନଳକୂପ, ରାସ୍ତା, ପୂଜପର୍ବ ସବୁ ସ୍ଥାନରେ ଅବାଧରେ ଚଳୁଛନ୍ତି ଏବଂ ଗ୍ରାମବାସୀ ଙ୍କୁ ଡରାଇବା ଉଧେଶ୍ୟରେ ବିଭିନ୍ନ ବୟାନ ଦେଉଛନ୍ତି ।

ଉପଜିଲ୍ଲାପାଳ ଙ୍କ ତରଫରୁ ସହକାରୀ ଜିଲ୍ଲାପାଳ ଅଭିଯୋଗ ଗ୍ରହଣ କରିବା ସହ କହିଛନ୍ତି ଉପଜିଲ୍ଲାପାଳ ଆସିଲେ ଏସମ୍ପର୍କରେ କଥା ହୋଇ ଉଭୟ ପକ୍ଷଙ୍କୁ ଡକାଯାଇ ଆଲୋଚନା କରାଯିବ ଏବଂ ଏହାର ସ୍ଥାୟୀ ସମାଧାନ କରାଯିବ । ଗ୍ରାମର ରମେଶ ସାହୁ, ପୁରନ୍ଦର ସାହୁ, ରବି ବିଶ୍ୱାଳ, ମାନସ ସାହୁ, ସନ୍ତୋଷ ସାହୁ, ଅଭି ସାହୁ, ମକରା ସାହୁ, ଜ୍ୟୋସ୍ନାମୟୀ ବିଶ୍ୱାଳ, ଅନୁସୟା ବିଶ୍ୱାଳ, ରଶ୍ମିତା ସାହୁ,ଗୁନି ଦେହୁରୀ, ସସ୍ମିତା ବେହେରା, ଅନାଦି ସାହୁ, ବିନତି ସାହୁ, ଅନୁପମା ସାହୁ, ସର୍ବେଶ୍ୱର ସାହୁ ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ ଗ୍ରାମବାସୀ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଭାବରେ ଅଭିଯୋଗ କରିଥିଲେ ।

new life
You might also like
error: Content is protected !!