News
WhatsApp Image 2023-10-04 at 17.25.00
samparksetu

ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବୃଦ୍ଧ ଜଣଙ୍କ କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଅନ୍ତର୍ଗତ ଏକତାଳି ଗାଁର ଈଶ୍ୱର ଚନ୍ଦ୍ର ବିଶ୍ୱାଳ (୬୫ବର୍ଷ) ।

ଈଶ୍ୱର କାମାକ୍ଷାନଗର ସ୍ଥିତ ଅରବିନ୍ଦ ବିଦ୍ୟାଳୟରୁ ନିଜ ନାତିକୁ ନେଇ ଘରକୁ ଫେରୁଥିବା ବେଳେ କାମାକ୍ଷାନଗର କଲେଜ ନିକଟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲ । ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

new life
You might also like
error: Content is protected !!