News
WhatsApp Image 2023-10-04 at 17.25.00
samparksetu

ଅବହେଳିତ କୁସୁପଦା ଗ୍ରାମ ; ଗମନାଗମନ,ପାନୀୟଜଳ ଓ ସ୍ୱାସ୍ଥ୍ୟସେବା ଅପହଞ୍ଚ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କୁସୁପଦା ଗ୍ରାମ ଅନ୍ଧାରୀ ମୂଲକ ଭାବରେ ରହିଛି ,ସ୍ୱାଧିନତାର ୭୬ ବର୍ଷ ପରେ ମଧ୍ୟ ବିକାଶର ଛାଇ ପଡିନାହିଁ । ଏବେ ମଧ୍ୟ ଗ୍ରାମକୁ ଯାତାୟତ ପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ସ୍ୱାସ୍ଥ୍ୟ ସେବା ଏବଂ ପାନୀୟ ଜଳ ଗ୍ରାମବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଗୋବିନ୍ଦପରୁ ପଞ୍ଚାୟତ କୁସୁପଦା ଗ୍ରାମ ଦୀର୍ଘ ଏକ ଶହ ବର୍ଷର ପୁରାତନ ଗ୍ରାମ ଭାବରେ ରହି ଆସିଛି ।ଗ୍ରାମରେ ଶବର ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ୫୦ରୁ ଉର୍ଦ୍ଧ ପରିବାରର ୨୫୦ରୁ ଅଧିକ ଲୋକ ବସବାସ କରୁଛନ୍ତି ।

ଗରୀବ ଶ୍ରେଣୀର ଲୋକ ମାନେ ମୂଲ ମଜୁରୀ କଲେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ରାତି ପାହିଲେ ସାଇକେଲ କିମ୍ବା ପାଦରେ ଚାଲିଚାଲି ଗୋବିନ୍ଦପୁର କିମ୍ବା କାଇମାଟି ଆସି ତାଙ୍କୁ କାମ ଖୋଜିବାକୁ ପଡିଥାଏ ।ଗ୍ରାମଟିର ଚାରିପାଖରେ ଜଙ୍ଗଲ ରହିଥିବା ବେଳେ ସ୍ୱାଧିନତାର ୭୬ ବର୍ଷ ପରେ ମଧ୍ୟ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ । ଫଳରେ ପାଦଚଲା ରାସ୍ତା କିମ୍ବା ଜମି ହିଡ ଦେଇ ଯାତାୟତ କରିବାକୁ ହୁଏ ।

ଗ୍ରାମକୁ ସବୁଦିନିଆ ରାସ୍ତା ନଥିବା ବେଳେ ବର୍ଷା ଦିନେ ଗ୍ରାମକୁ ବାଧକ ସାଜିଛି ବଡଜୋରା ନାଳ । ବର୍ଷାଦିନେ ପ୍ରବଳ ପାଣି ଆସିଲେ ଗ୍ରାମବାସୀ ମାନେ ଗାଁରୁ ବାହାରିବା କଷ୍ଟ କର ହୋଇପଡେ । ପିଲାମାନେ ପାଠ ପଢିବା କଥା କିଏ ପଚାରେ । ପୁରୁଷ ମାନେ ମୂଲ ମଜୁରୀକୁ ଚାଲିଗଲା ପରେ ମହିଳ। ମାନେ ଜଙ୍ଗଲରୁ କାଠ କିମ୍ବା ପତ୍ର ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ସବୁଠାରୁ ପରିତାପର ବିଷୟ ହେଉଛି ଗ୍ରାମରେ ସ୍ୱାସ୍ଥ୍ୟସେବା ପହଞ୍ଚିବା କାଠିକର ପାଠ ।

ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ବି ଯାଇପାରେନା । ସହର ଠାରୁ ବହୁତ କମ ଦୂରରେ ଥିଲେ ମଧ୍ୟ ବଡ ଜୋର ନାଳ ଯୋଗୁ ଗ୍ରାମାବାସୀ ମାନେ ବହୁ କଷ୍ଟରେ ଦୀର୍ଘ ରାସ୍ତା ଅତିକ୍ରମ କରି କାଇମାଟି ଗଲେ ,ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ବେଲଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡିଥାଏ ।

ସରକାରଙ୍କ ତରଫରୁ ଗ୍ରାମକୁ ବିଦ୍ୟୁତ ଥିଲେ ମଧ୍ୟ ତାହାକେତେବେଳେ ନିୟମତି ହୋଇନଥାଏ । ସ୍ୱାସ୍ଥ୍ୟ ସେବା ଏହି ଗ୍ରାମକୁ ଅପହଞ୍ଚ ହୋଇଥିବା ବେଳେ ଅନେକ ସମୟରେ ଚିକିତ୍ସା ଳୟକୁ ଯିବାକୁ ସମ୍ଭବ ହୋଇନଥାଏ । ଗର୍ଭବତୀ ମହିଳା ମାନଙ୍କର ସମସ୍ୟା କଥା ପଚାରେ କିଏ ?ଶିକ୍ଷା,ସ୍ୱାସ୍ଥ୍ୟ ,ଗମନାଗମନ ସମ୍ପୁର୍ଣ୍ଣ ବଫି ଳ ହୋଇଥିବା ବେଳେ ପାନୀୟ ଜଳ ଅଧିକ ସମସ୍ୟା ସୃଷ୍ଟି କରିଛି ।

ଗ୍ରାମରେ ପୋଖରୀ ଏବଂ ଖୋଲାକୂଅ ନଥିବା ବେଳେ ନଳକୂଅ ଏକମାତ୍ର ଭରସା । ସରକାରଙ୍କ ତରଫରୁ ୪ଟି ନଳକୂପ ମଧ୍ୟରୁ ଗୋଟିଏ ହାତୀ ଭାଙ୍ଗି ଦେଇଥିବା ବେଳେ ଅନ୍ୟ ଦୁଇଟି ଅଚଳ ହୋଇପଡିଛି ।ଗୋଟିଏ ନଳକୂପ ଉପରେ ଗ୍ରାମବାସୀ ନିର୍ଭର କରି ଚଳୁଛନ୍ତି ।

ସରକାରଙ୍କ କୌଣସି ଜନହିତକର ଯୋଜନା ସେମାନଙ୍କ ନିକଟରେ ପହଁଚି ପାରୁନଥିବା ବେଳେ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କୁ ଅଣଦେଖା କରାଯାଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଭୋଟ ସମୟରେ ନେତାମାନେ ବିଭିନ୍ନ ପ୍ରକାର ପ୍ରତିଶୃତି ଦେଉଥିବା ବେଳେଭୋଟ ଶେଷ ହୋଇଗଲା ପରେ ନେତା ମାନେ ଗ୍ରାମର ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଉଛନ୍ତି । ଦୀର୍ଘ ୧୦ ବର୍ଷହେବ ହାତୀ ଉପଦବ୍ର ଯୋଗୁ ଗ୍ରାମରେ ଧାନ ଫସଲ ହେଉନାହିଁ ।

ଯେଉଁ ଜମି ଅଛି ତାହା ପଡିଆ ପଡିଛି । ଏ ସମସ୍ୟା ସମ୍ପର୍କରେ ଗୋବିନ୍ଦପୁର ସରପଞ୍ଚ ଅଋଣ ପରିଡାଙ୍କୁ ଯୋଗାଯୋଗା କରିବାରୁ ସେ କୁହନ୍ତି ଯେ,କୁସୁପଦା ଜିଲ୍ଲାପାଳଙ୍କ ପୋଷ୍ୟ ଗ୍ରାମ ଭାବରେ ରହିଛି । କିନ୍ତୁ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ l

ବଡଜୋର ନାଳ ଉପରେ ମାତ୍ର ଦେଢଫୁଟର ଏକ ରାସ୍ତା ରହିଛି ଯେଉଁ ରାସ୍ତା ଉପରେ ଲୋକମାନେ ଯାତାୟତ କରୁଛନ୍ତି । ରାସ୍ତାଦେଇ ଯିବାବେଳେ ଗ୍ରାମବାସୀ ମାନଙ୍କ ମଧ୍ୟରୁ ପଡି ମୃତ୍ୟ ବରଣ କରିବା ନଜିର ଥିବା ବେଳେ ଅନେକ ତଳକୁ ପଡି ଆହତ ହୋଇଥିବାର ସରପଞ୍ଚ ପ୍ରକାଶ କରିଛନ୍ତି । ଗ୍ରାମକୁ ମୋଟର ସାଇକେଲ ଯିବାକୁ ଅସମ୍ଭବ, ସେଠାରେ ଆମ୍ବୁଲାନ୍ସ ଯିବ କେମିତି ? ଲୋକ ମାନେ ଭାର କରି ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ନେଇଥାନ୍ତି । ଜିଲ୍ଲାପାଳ ଏବଂ ସରକାରଙ୍କ ତରଫରୁ ପୋଲ ନିର୍ମାଣ କରାଗଲେ ଗ୍ରାମବାସୀ ମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି । ଗ୍ରାମକୁ ତୁରନ୍ତ ରାସ୍ତା,ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ସାଧାରଣ ରେ ଦାବି ହୋଇଛି ।

new life
You might also like
error: Content is protected !!