News
WhatsApp Image 2023-10-04 at 17.25.00
samparksetu

ଶଯ୍ୟାଶାୟୀ ଟିଟୁନୁ ,ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ପଞ୍ଚାୟତ ର ଟିଟୁନୁ ନାଏକ ଏବେ ଅର୍ଥ ଅଭାବରୁ ଶଯ୍ୟାଶାୟୀ। ଆଜକୁ ପ୍ରାୟ ୨୦ ଦିନ ହେବ ହଟାତ ଦେହ ଅସୁସ୍ଥ ହୋଇପଡ଼ିଥିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ନିଜ ପରିବାରକୁ କହିଥିଲେ । ପରିବାରଙ୍କୁ ପେଟର ଯନ୍ତ୍ରଣା ହେବା କଥା କହିବା ପରେ ,ପରିବାର ଲୋକେ ଗ୍ରାମ ର କୃଷ୍ଣଚନ୍ଦ୍ର ସାହୁ ଙ୍କୁ ଭେଟିଵାରୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡକାଇ ତାଙ୍କୁ କାମାକ୍ଷାନଗର ମେଡ଼ିକାଲ କୁ ପଠାଇଥିଲେ।

ସେଠାକୁ ନେବାପରେ ଡାକ୍ତର ତାଙ୍କୁ ଢେ଼ଙ୍କାନାଳ ମୁଖ୍ୟ ଚିକତ୍ସାଳୟ କୁ ନେବାକୁ କହିଥିଲେ। ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ପରେ ଘରକୁ ଯିବାକୁ ଡାକ୍ତର କହିଥିଲେ। ଟିଟୁନୁ ଘରକୁ ଆସିବା ପରେ ଦେହ ତାଙ୍କର ଧିରେ ଧିରେ ଅଧିକ ଅସୁସ୍ଥ ହେବାକୁ ଲାଗିଲା। ଅସୁସ୍ଥ ହେବାପରେ ଏବେ ସେ ଚଲା ବୋଲା କରିବାକୁ ତାଙ୍କ ପକ୍ଷେ ଅସମର୍ଥ ହୋଇପଡିଛି।

ଟିଟୁନୁ ଙ୍କ ବାପା ପରିବାର ର ସମସ୍ତଙ୍କୁ କିଛି ବର୍ଷ ହେଲା ଛାଡ଼ି ଆରପାରିକୁ ଚାଲିଗଲେ । ପାଖରେ ତାଙ୍କର ବିଧବା ବୃଦ୍ଧା ମା ଟିଏ । ବିଧବା ମା ପୁଅର ଖୁସି ପାଇଁ ପୁଅକୁ ବିବାହ କରିଥିଲେ। ଟିଟୁନୁ ର ମଧ୍ୟ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ବିଧବା ମା ଏବେ ପୁଅର ଜୀବନ କୁ ବଞ୍ଚେଇବାକୁ ପ୍ରଶାସନ କୁ ଆକୁଳ ନିବେଦନ କରିଛନ୍ତି ଏବଂ ଟିଟୁନୁ ନିଜେ ମଧ୍ୟ ନିଜର ଜୀବନକୁ ବଞ୍ଚେଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଭଲ ମେଡିକାଲ ଦେଖେଇବାକୁ ହେଲେ ପାଖରେ ଟଙ୍କା ଟିଏ ଦେଖିବା ତାଙ୍କ ପକ୍ଷ ଅସମ୍ଭବ। ଘରର ରୋଜଗାରିଆ ଭେଣ୍ଡା ପୁଅ ଏବେ ଶଯ୍ୟାଶାୟୀ , ଟଙ୍କା ଟିଏ ବା ଆସିବ କେଉଁଠୁ? ତେବେ ଏମିତି ଅବସ୍ଥାରେ ରହୁଥିବା ଏହି ପରିବାର ମୁଖ୍ୟ ଟିଟୁନୁ ନାଏକ ଙ୍କୁ ମେଡିକାଲ ନେଇ ତାଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଏବେ ଅଞ୍ଚଳ ବାସୀ ପ୍ରଶାସନ କୁ ନିବେଦନ କରିଛନ୍ତି।

new life
You might also like
error: Content is protected !!